Indus Valley Times

ତେଲ ନଦୀରୁ ନିଖୋଜ ଥିବା ଯୁବତୀଙ୍କ ଶବ ବୌଦ୍ଧରୁ ଉଦ୍ଧାର

 Breaking News

ତେଲ ନଦୀରୁ ନିଖୋଜ ଥିବା ଯୁବତୀଙ୍କ ଶବ ବୌଦ୍ଧରୁ ଉଦ୍ଧାର

October 17
22:05 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ/ଜହ୍ନାପଙ୍କ ,୧୭/୧୦ : ଗତ ୧୫ ତାରିଖରୁ ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମୃତଦେହ ଶନିବାର ଦିନ ଉଦ୍ଧାର ହୋଇଛି ।
ଶନିବାର ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ବଡ଼ଭଉଣୀ ଅନମୋଲ୍ ଅଗ୍ରୱାଲ (୨୪ )ଙ୍କ ଶବକୁ ବୈାଦ୍ଧଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତୀଗ୍ରାମ ମହାନଦୀ ଘାଟ ବିକଟରୁ ବୌଦ୍ଧଜିଲ୍ଲା ବାଉଁଶୁଣି ଦମକଳ ବାହିନୀ ଉଦ୍ଧାର କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଜଣେ ଯୁବତୀଙ୍କ ଶବ ମହାନଦୀର ବାଉଁଶୁଣି ନିକଟରେ ଭାସିଯାଉଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ବାଉଁଶୁଣି ଦମକଳ ବାହିନୀ ସୂଚନା ପାଇବା ପରେ ତଳମୁଣ୍ଡରେ ଶବ ଉଦ୍ଧାର ପାଇଁ ଜଗି ରହିଥିଲେ ଓ ବୈାଦ୍ଧଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତୀ ମହାନଦୀ ଘାଟ ନିକଟରେ ଭାସି ଯାଉଥିବା ସମୟରେ ଅଗ୍ନିଶମ ବାହିନୀ ଶବକୁ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି । ସେହିପରି ଶୁକ୍ରବାର ଦିନ ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲା(୨୨ ) ଙ୍କ ମୃତଦେହ ଉଦ୍ଧାର ହୋଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031