Indus Valley Times

ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଲେ ଯୁବକ, ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି

 Breaking News

ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଲେ ଯୁବକ, ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି

June 23
16:46 2022

ସାଲେପୁର,୨୩/୬ : ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଥାନା ସମ୍ମୁଖରେ ହିଁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଏପରି ଏକ ଅଭାବନୀୟ ଘଟଣା ଆଜି କିଶନନଗର ଥାନା ସମ୍ମୁଖରେ ଘଟିଛି। ଗୁରୁତର ହୋଇଥିବା ଯୁବକଜଣକ ସ୍ଥାନୀୟ ଅଞ୍ଚଳର ଗୁଣନିଧୀ ବିଶୋୟୀ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ପ୍ରାୟ ୮ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ଗୁଣନିଧୀ । ଏହି ବିବାଦ ଦିନକୁ ଦିନ ଘନେଇବାରୁ ଆଜି ପୁଣି ସେ ଥାନାକୁ ଆସିଥିଲେ। ମାତ୍ର ପୁଲିସ୍ ପାଖରୁ କୌଣସି ସନ୍ତୋଜଜନକ ଉତ୍ତର ନ ପାଇ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଥାନାରୁ ବାହାରି ଆସିବା ପରେ ହଠାତ୍ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଓ ପୁଲିସ୍ ପହଞ୍ଚି ନିଆଁ ଲିଭାଇ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲେ।
ତେବେ ଏନେଇ ସାଲେପୁର ଏସଡିପିଓଙ୍କୁ ପଚାରିବାରୁ ସେ କିଛି ବି ସୂଚନା ଦେବାକୁ ମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30