Indus Valley Times

ଦଲାଲି ଓ ଠକେଇ କେନ୍ଦ୍ରରେ ପରିଣତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

 Breaking News

ଦଲାଲି ଓ ଠକେଇ କେନ୍ଦ୍ରରେ ପରିଣତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

October 02
20:35 2022

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୨/୧୦: ନୟାଗଡ ଜିଲ୍ଲା ଶ୍ରମ ଅଫିସ୍ ତା\’ର ମୂଳ ଲକ୍ଷ୍ୟରୁ ହଟି ଏକ ବିଶୁଦ୍ଧ ଦଲାଲୀ କେନ୍ଦ୍ରରେ ପରିଣତ ହୋଇଛି ବୋଲି ସି.ଆଇ.ଟି.ୟୁ. ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ନୟାଗଡ ଜିଲ୍ଲାର ହଜାର ହଜାର ଯୁବକ କାମ ଖୋଜିବା ଲକ୍ଷ୍ୟରେ ଅଞ୍ଚଳ ଛାଡି ବାହାର ରାଜ୍ୟକୁ ଛୁଟିଚାଲିଛନ୍ତି ଆଉ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି -ତା\’ର ହିସାବ କିମ୍ବା ଦାୟବଦ୍ଧତା ଶ୍ରମ ବିଭାଗ ପାଖରେ ନାହିଁ।
ଶ୍ରମିକ ଦଲାଲମାନଙ୍କୁ ଲାଇସେନ୍ସ ଯୋଗାଣରେ ବ୍ୟସ୍ତ ଶ୍ରମ ଅଫିସ୍ ଶ୍ରମିକମାନଙ୍କ ସମସ୍ୟା, ସେମାନଙ୍କ ପ୍ରାପ୍ୟ ସମ୍ବନ୍ଧୀୟ ମୋକଦ୍ଦମା ବୁଝିବାକୁ ବେଳ ପାଆନ୍ତି ନାହିଁ। ହଜାର ହଜାର ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ନଦେଇ ଵର୍ଷ ଵର୍ଷ ଧରି ଭଣ୍ଡି ଚାଲିଛନ୍ତି। କୈ।ଣସି ସହାୟତାରାଶି ପ୍ରଦାନ ନକରି ସେମାନଙ୍କ ଠାରୁ ନବୀକରଣ ଫିସ ନାମରେ ପ୍ରତିବର୍ଷ ପାଣ୍ଠି ଆଦାୟ ଚାଲିଛି। ଦଲାଲ ଜରିଆରେ ଅଣଶ୍ରମିକଙ୍କୁ ପରିଚୟପତ୍ର ବିକ୍ରୀ ଚାଲୁରହିଛି।
ମୃତ୍ୟୁଜନୀତ ସହାୟତାରେ ଆଖିବୁଜା ଲୁଟ ଚାଲିଛି। ଶ୍ରମିକମାନଙ୍କ ଐକ୍ୟବଦ୍ଧ ସଙ୍ଗ୍ରାମକୁ ଦ୍ରୁ୍ବଳକରିବା ପାଇଁ ବିଭାଗୀୟ ସହାୟତାରେ ନିଜ ହାତଗଢା ୟୁନିଅନମାନଙ୍କୁ ହାତବାରିଶି କରାଯାଉଛି। ବିକ୍ଷୁବ୍ଧ ଶ୍ରମିକମାନଙ୍କ ନଜର ଏଡାଇବା ପାଇଁ ଏଠି ଡି.ଏଲ.ଓ. ବଦଳିପାଲା ଦୀର୍ଘକାଳ ହେଲା ଚାଲୁରହିଛି।
ଅସଙ୍ଗଠିତ ଶ୍ରମିକ; ଆଶାକର୍ମୀ, ମଧ୍ୟାହ୍ଣ ଭୋଜନପାଚିକା, କୃଷକସାଥୀ, ଅଙ୍ଗନୱାଡି କର୍ମୀ, ଗ୍ରାମସାଥୀ ପ୍ରଭୃତି ସ୍କିମ୍ ଶ୍ରମିକମାନଙ୍କୁ ସ୍ବଳ୍ପ ପାରିଶ୍ରମିକ ଦେଇ ଗୋତି ଖଟାଉଥିବାବେଳେ ସେମାନଙ୍କୁ ନ୍ୟାୟସଙ୍ଗତ ପ୍ରାପ୍ୟ ମିଳିବାରେ ଶ୍ରମ ଅଫିସ୍ ତା\’ର କି ଭୂମିକା ପାଳନ କରୁଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଶ୍ରମ ଦପ୍ତର ଦାୟିତ୍ଵକୁ ହେୟମନେକରି, ଏହାକୁ ଉପଯୁକ୍ତ ସରକାରୀ କ୍ଷେତ୍ରରେ ସ୍ଥାପନନକରି ଯେଭଳି ଏକ ସଙ୍କିର୍ଣ୍ଣ ଭଡାଘରେ କାମଚଳା ହେଉଛି ଏହା ଅତ୍ୟନ୍ତ ଦୁଖଦାୟକ ଘଟଣା।
ଶ୍ରମ କାର୍ଯ୍ୟାଳୟ ଯଦି ନିର୍ମାଣଶ୍ରମିକ ତଥା ଅନ୍ୟାନ୍ୟ ଅସଙ୍ଗଠିତ ଓ ସ୍କିମ୍ ଶ୍ରମିକମାନଙ୍କ ସମସ୍ୟା ସମାଧାନ ନ କରି ଦଲାଲି କେନ୍ଦ୍ରରେ ପରିଣତ ହୁଏ, ତେବେ ସି.ଆଇ.ଟି.ୟୁ.ଆନ୍ଦୋଳନ ଜରିଆରେ ୟାର ଦୃଢ ଜବାବ ଦେବବୋଲି ଶ୍ରୀ ମହାପାତ୍ର ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031