Indus Valley Times

ଦଶପଇସା ର ଅଜା ଦାସିଆ ଅଜା ଙ୍କ ୧୧୩ ତମ ଜନ୍ମ ଜୟନ୍ତୀ

 Breaking News

ଦଶପଇସା ର ଅଜା ଦାସିଆ ଅଜା ଙ୍କ ୧୧୩ ତମ ଜନ୍ମ ଜୟନ୍ତୀ

ଦଶପଇସା ର ଅଜା ଦାସିଆ ଅଜା ଙ୍କ ୧୧୩ ତମ ଜନ୍ମ ଜୟନ୍ତୀ
July 12
17:30 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୧୨/୭: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ , ପ୍ରଖ୍ୟାତ ସଂଗ୍ରାହକ ଏବଂ ଦାଶରଥି ସଂଗ୍ରହାଳୟ ର ପ୍ରତିଷ୍ଠାତା ଦଶ ପଇସାର ଅଜା ଦାସିଆ ଅଜା ଙ୍କ ଆଜି ହେଉଛି ୧୧୩ ତମ ଜନ୍ମ ଜୟନ୍ତୀ। ଓଡ଼ିଶା ସାରା ଦାସିଆ ଅଜା ନାମରେ ପରିଚିତ ଦାଶରଥି ପଟ୍ଟନାୟକ ଙ୍କ ସଂଗ୍ରହାଳୟ ଓ ପାଠାଗାର ଦେଶ ବିଦେଶରେ ସ୍ୱତନ୍ତ୍ରତା ସୃଷ୍ଟି କରିଛି।ଏହାକୁ ଦର୍ଶନ କଲେ ଆବିଷ୍କାର ମନୋବୃତ୍ତିର ସୃଷ୍ଟି ହୁଏ ।
ଏପରି ଲାଗେ ସତେ ଯେପରି ଜୀବନରେ ଦୃଢ଼ ନିଷ୍ଠା ଓ ସାଧନା ରହିଲେ ସବୁ ସମ୍ଭବ ହୋଇପାରିବ। ୧୯୦୭ ମସିହାରେ ବାଞ୍ଛାନିଧି ପଟ୍ଟନାୟକ ଓ ପାର୍ବତୀ ଦେବୀ ଙ୍କ କୋଳରେ ଦାସିଆ ଅଜା ଜନ୍ମ ଗ୍ରହଣ କରିଥିଲେ। ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରି କେବଳ ଚତୁର୍ଥ ଶ୍ରେଣୀ ପାଠ ପଢି ପାରିଥିଲେ। କିନ୍ତୁ ବହି ପଢ଼ିବା ତାଙ୍କର ନିଶା ଥିଲା।
ଏହି ବହି ପଢ଼ିବା ନିଶା ରୁ ଆରମ୍ଭ କରିଥିଲେ ଓଡ଼ିଶା ଯାତ୍ରା।ଗାଁ ଗଣ୍ଡା ସହର ବଜାର ଦ୍ଵାର ଦ୍ଵାର ବୁଲି ପାଲଟି ଗଲେ ଓଡ଼ିଶାର ସର୍ବଶ୍ରେଷ୍ଠ ଜ୍ଞାନର ଭିକାରୀ। ହାତ ପାତି ମାଗୁଥିଲେ ବିଭିନ୍ନ ପୁସ୍ତକ,ତାଳପତ୍ର ପୋଥି,ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସା ର ଭିକ୍ଷା।ଜୀବନ ପ୍ରଣାଳୀ ଥିଲା ଅତି ସରଳ।ହାତରେ ଗୋଟିଏ ଠେଙ୍ଗା ,କାନ୍ଧରେ ଏକ ଝୁ ଲା ମୁଣୀ,କପେ ନାଲି ଚା ଓ ମୁଠାଏ ମୁଢ଼ି ଥିଲା ତାଙ୍କର ଜୀବନ। ପ୍ରତିଦିନ ସହେ ରୁ ଉର୍ଦ୍ଧ୍ବ ପୋଷ୍ଟ କାର୍ଡ ଲେଖିବା ଥିଲା ତାଙ୍କର ନିଶା।ତାଙ୍କର ନିଷ୍ଠା ଓ ସାଧନା ଆଗରେ ହାର ମାନିଥିଲା ବୟସ। ନବେ ବର୍ଷର ଜୀବନ ଏବଂ ପଚାଶ ବର୍ଷ ର ସାଧନା ଦ୍ଵାରା ଏକ ନିପଟ ପାହାଡ ଜଙ୍ଗଲ ମଫସଲ୍ ଗାଁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ରେ ପ୍ରତିଷ୍ଠା କରି ପାରିଥିଲେ ସଂଗ୍ରହାଳୟ,ପାଠାଗାର,ଓ ଗବେଷଣା ଗାର ଯାହାକି ବିଶ୍ବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ପୁସ୍ତକ ପତ୍ରପତ୍ରିକା ସମେତ ଶତାଧିକ ତାଳପତ୍ର ପୋଥି ଏବଂ ଆଦିମ ଯୁଗରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଦେଶ ବିଦେଶର ବହୁ ବିରଳ ବିଚକ୍ଷଣ ପଦାର୍ଥ,ଏପରିକି ଚନ୍ଦ୍ର ପୃଷ୍ଠର ପଥର ସଂଗୃହୀତ ହୋଇ ରହିଛି।ଦେଶର କୋଣ ଅନୁକୋଣ ରୁ ବହୁ ସଂଖ୍ୟାରେ ପ୍ରତିଷ୍ଠିତ ଲେଖକ,ବୁଦ୍ଧିଜୀବୀ ,ରାଜନେତା ଓ ଗବେଷକ ଦାସିଆ ଅଜା ଙ୍କ ସଂଗ୍ରହାଳୟ ପରିଦର୍ଶନ କରି ଅଭିଭୂତ ହୋଇଛନ୍ତି। କାଲି ଫର୍ଣିଆ ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପକ ଯୋନା ଉଇଲିୟମ ସ ଙ୍କ ସମେତ ବହୁ ବିଦେଶୀ ଗବେଷକ ଏହି ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।କରୋ ନା ମହାମାରୀ ଯୋଗୁ ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ରେ ତାଙ୍କର ଅନୁଷ୍ଠାନ ତରଫରୁ କେବଳ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031