Indus Valley Times

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ଡାକ୍ତର ଙ୍କ ଯୋଗଦାନ

 Breaking News

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ଡାକ୍ତର ଙ୍କ ଯୋଗଦାନ

December 22
20:45 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୨/୧୨: ନୟାଗଡ ଜିଲ୍ଲା ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ସାତ ବର୍ଷ ଧରି ଡାକ୍ତର ନଥିବା ଯୋଗୁଁ ଲୋକମାନେ ଜରୁରୀ କାଳୀନ ଚିକିତ୍ସା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନୂଆଗାଁ,କୋରଡ଼ା ,ସୋରଡ଼ା, ଉଦୟ ପୁର, ଜାକେଡ଼ା, ମାଇଛେଳି ଆଦି ପଞ୍ଚାୟତ ର ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି।ନୟାଗଡ ମୁଖ୍ୟ ଚିକିତ୍ସାଳୟ ଠାରୁ ୨୨ କିମି ଦୂର ନୂଆଗାଁ ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୧ କିମି ଦୂର ୫୭ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥିତ।କୌଣସି ସଡ଼କ ଦୁର୍ଘଟଣା କିମ୍ବା ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ସୃଷ୍ଟିହେଲେ ଦୀର୍ଘ ୨୨ କିମି ଦୂର ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ରୋଗୀମାନେ ଯାଇଥାନ୍ତି।ଯାହାକି ଅଧିକ ଦୁରତ୍ଵ ଯୋଗୁଁ ରାସ୍ତାରେ ରୋଗୀ ମାନଙ୍କ ପ୍ରାଣ ବାୟୁ ଚାଲିଯାଇଥିବା ଜନସାଧାରଣ ରେ ଆଲୋଚନା ହୋଇଛି।ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନଥିବା ଯୋଗୁଁ ଲୋକମାନେ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟା ନେଇ ଲୋକମାନେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମସ୍ୟା ଦୂରୀକରଣ ପାଇଁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ।ପରିଶେଷରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଜନସାଧାରଣ ଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।

ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଡାକ୍ତର ଅଭାବ ସମସ୍ୟା ଦୂରୀକରଣ ସହ ଡ଼. ସିଦ୍ଧାନ୍ତ କୁମାର ମହାପାତ୍ର ଯୋଗଦେଇଛନ୍ତି।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ଯୋଗଦାନ କରିଥିବାରୁ ୬ ଟି ପଞ୍ଚାୟତ ର ଲୋକ ମାନଙ୍କ ସହିତ ବୁଦ୍ଧିଜୀବୀ ଦଶପଲ୍ଲା ବିଧାୟକ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।ଅଞ୍ଚଳର ବିକାଶ ସହ ଲୋକମାନେ କିପରି ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରିବେ ସେ ସମ୍ପର୍କରେ ଅହରହ ପ୍ରଚେଷ୍ଟା ଜାରି ରହିଥିବା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031