Indus Valley Times

ଦାଦାଙ୍କ ଭୁଜାଲି ମାଡ଼ରେ ପୁତୁରା ଗୁରୁତର, ପେଟରୁ ବାହାରିଗଲା ଅନ୍ତବୁଜୁଳା

 Breaking News

ଦାଦାଙ୍କ ଭୁଜାଲି ମାଡ଼ରେ ପୁତୁରା ଗୁରୁତର, ପେଟରୁ ବାହାରିଗଲା ଅନ୍ତବୁଜୁଳା

ଦାଦାଙ୍କ ଭୁଜାଲି ମାଡ଼ରେ ପୁତୁରା ଗୁରୁତର, ପେଟରୁ ବାହାରିଗଲା ଅନ୍ତବୁଜୁଳା
September 07
14:05 2023

ପୁରୀ,୭/୯ : ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡିଆଠାରେ। ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା (୨୬)। ଶିବଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।
ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡ଼ିଆଠାରେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ଶ୍ରମିକଭାବେ କାମ କରି ପରିବାର ପୋଷଣ କରୁଥିଲେ। ଶିବଙ୍କ ଦାଦା ଦାଦା ଶଙ୍କର ବେହେରା ମଧ୍ୟ ପୁରୀରେ ରହୁଥିଲେ।
ଗତକାଲି ରାତିରେ ଶଙ୍କର ଆସି ଶିବ ପେଟରେ ଛୁରୀ ଭୁଷି ଦେଇଥିଲା। ଶିବ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ। ପରେ ଶଙ୍କର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନେରେ ଭର୍ତ୍ତି କରିଥିଲେ। ଶିବଙ୍କ ଅବସ୍ଥା ଗୁରୁତର ରହିଛି।
ଏହି ନେଇ ଶିବଙ୍କ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031