Legatus

ଦାନଗଦି ବ୍ଲକ ବିଭିନ୍ନ ଅଂଚଳରେ ଅର୍ପଣ ରଥ କୁ ଭବ୍ୟ ସ୍ୱାଗତ

 Breaking News

ଦାନଗଦି ବ୍ଲକ ବିଭିନ୍ନ ଅଂଚଳରେ ଅର୍ପଣ ରଥ କୁ ଭବ୍ୟ ସ୍ୱାଗତ

January 09
21:35 2024

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର, ୯/୧: ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାରପ୍ରସାର ଓଡ଼ିଶା ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଅନ୍ୟତମ ଅଂଶବିଶେଷ। ଏହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିବେ।
ଏହି ଐତିହାସିକ ମୁହୂର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି। ଏହି ମୁହୂର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ୍ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି।
ଏହିକ୍ରମରେ ଦାନଗଦି ବ୍ଲକ ରେ ଅର୍ପଣ ରଥ କୁ ଭବ୍ୟ ସ୍ୱାଗତ କରାଯାଇଛି , ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ,ଦାନଗଦି ବ୍ଳକ ଅଧଃକ୍ଷା ଅର୍ଚନା ଦାସ,ଯୁବନେତା ପ୍ରଦୀପ ମହାନ୍ତି ଓ ବିଭିନ୍ନ ପଂଚାୟତ ସରପଂଚ, ସମିତି ସଭ୍ୟ ଓ ଜିଲାପଲଷଦ ସଭ୍ୟ ମାନେ ପ୍ରମୁଖ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୃତି ଧରି ଗାଁ ଗାଁ ବୁଲି ପ୍ରକଳ୍ପ ଉଦ୍ଘାଟନ ଉତ୍ସବ ପାଇଁ ଗୁଆ,ଅରୁଆ ଚାଉଳ ଗ୍ରହଣ କରିଥିଲେ । ବିଭିନ୍ନ ଗ୍ରାମରେ ମହିଳା ମାନେ ଘର ଆଗରେ ଝୋଟ ଓ ଚିତା ପକାଇ ରଥ କୁ ସ୍ୱାଗତ କରିଥିଲେ

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930