Indus Valley Times

ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡରେ ଜଣଙ୍କର ମୃତ୍ୟୁ ଘଟଣା: ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

 Breaking News

ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡରେ ଜଣଙ୍କର ମୃତ୍ୟୁ ଘଟଣା: ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

October 30
16:22 2022

ଭୁବନେଶ୍ୱର,୩୦/୧୦: ବିଏମସି ଅଳିଆ ଗାଡି ଧକ୍କାରେ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ରହିଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ରାଶି ଦିଆଯାଇଛି ।
ଏହାସହ ମୃତକଙ୍କ ପରିବାରର ଜଣଙ୍କୁ ଈଗଉରେ ଠିକା ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି । ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।
ସେହିପରି ଗ୍ରାମବାସୀଙ୍କ ଦାବି ମଧ୍ୟରୁ ୨ଟି ଦାବି ପୁରଣ ନେଇ ମେୟର ପ୍ରତିଶୃତି ଦେଇଛନ୍ତି । ଦାରୁଠେଙ୍ଗରେ ପୁନର୍ବାର ଅଳିଆ ନପକାଇବାକୁ ଦାବି ରଖିଲେ ଗ୍ରାମବାସୀ ।
ଏବେ ଅସ୍ଥାୟୀ ଭାବେ ବନ୍ଦ ରହିବ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ । ଗ୍ରାମକୁ ମୋ ବସ ଚାଲିବା ନେଇ ବିଏମସି କମିଶନର ଘୋଷଣା କରିଛନ୍ତି । ଏଥିସହ ଦୁର୍ଘଟଣାସ୍ଥଳରେ ନିର୍ମାଣ ହେବ ହମ୍ପସ୍ । ଏହି ରାସ୍ତାରେ ଲାଗିବ ଏଲଇଡି ଲାଇଟ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031