Indus Valley Times

ଦିନ ଦ୍ୱିପ୍ରହରରେ ଲୁଟ୍: ଝାମ୍ପି ନେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

 Breaking News

ଦିନ ଦ୍ୱିପ୍ରହରରେ ଲୁଟ୍: ଝାମ୍ପି ନେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଦିନ ଦ୍ୱିପ୍ରହରରେ ଲୁଟ୍: ଝାମ୍ପି ନେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା
April 03
17:32 2023

ଫୁଲବାଣୀ,୩/୪: କଳା ପଲସରରେ ଆସି ଝାମ୍ପି ନେଇଗଲେ ୧୭ ଲକ୍ଷରୁ ଅଧିକ ଟଙ୍କା। ଜଣେ ଗ୍ରୋସରୀ ହୋଲ୍ସେଲ୍ ବ୍ୟବସାୟୀଙ୍କ ଠାରୁ ହୋଇଛି ଏହି ଲୁଟ୍। ଏହି ଅଭିଯୋଗ ଆସିଛି ଫୁଲବାଣୀରୁ।
ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ଅଜୟ ପାତ୍ର। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ସହିତ ଏକ ସ୍କୁଟିରେ ପ୍ରଥମେ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ।
ସେଠାରେ କିଛି ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଧରି ହାଟପଦା ନିକଟସ୍ଥ ଆକ୍ସିସ୍ ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ ପଲସରରେ ଦୁଇ ଜଣ ଲୁଟେରା ଆସି ଗୁମାସ୍ତା ରମେଶ ପ୍ରଧାନଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଥିଲେ।
ଲୁଟେରାମାନେ ହଠାତ ବ୍ୟାଗ୍ ଟାଣି ନେବାରୁ ସ୍କୁଟିଟି ଭାରସାମ୍ୟ ହରାଇଥିଲା ଏବଂ ଅଜୟ ଓ ରମେଶ ତଳେ ପଡ଼ି ଯାଇଥିଲେ। ସେମାନେ ପାଟି କଲା ବେଳକୁ ଲୁଟେରାମାନେ ଫେରାର ହୋଇଯାଇଥିଲେ।
ଲୁଟ୍ର ଶିକାର ହୋଇଥିବା ଅଜୟ ପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଭାଇ ଘଟଣା ସଂପର୍କରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ଟାଉନ ଥାନା ଆଇଆଇସି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।
ଆକ୍ସିସ ବ୍ୟାଙ୍କ ଓ ଘଟଣାସ୍ଥଳ ଆଖପାଖ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ସେଗୁଡ଼ିକୁ ଯାଞ୍ଚ କରି ପୁଲିସ୍ ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031