Indus Valley Times

ଦିନ ସାଢେ ୨ଟା ସୁଦ୍ଧା ୪୦ ଟପିଲା ଝାରସୁଗୁଡା ପାରଦ, ଭୁବନେଶ୍ବରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ

 Breaking News

ଦିନ ସାଢେ ୨ଟା ସୁଦ୍ଧା ୪୦ ଟପିଲା ଝାରସୁଗୁଡା ପାରଦ, ଭୁବନେଶ୍ବରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ

ଦିନ ସାଢେ ୨ଟା ସୁଦ୍ଧା ୪୦ ଟପିଲା ଝାରସୁଗୁଡା ପାରଦ, ଭୁବନେଶ୍ବରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ
June 19
16:32 2023

ଭୁବନେଶ୍ୱର,୧୯/୬: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁର ଆଗମନ ହୋଇ ନଥିଲେ ସୁଦ୍ଧା ସୋମବାର ପ୍ରବଳ ଖରାରୁ ଆଶ୍ବସ୍ତି ମିଳିଛି। ୨୪ ଘଣ୍ଟା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଓ ଗରମ ହୋଇଥିଲେ ବି ଆଜି ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି।
କେବଳ ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଠାରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୦.୮ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ତେବେ ଗତକାଲି ମଧ୍ୟରାତ୍ରିରେ ରାଜ୍ୟର କିଛି ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହୋଇଥିବାରୁ ଆଜି ପାଣିପାଗରେ ପରିବର୍ତ୍ତନ ଦେଖାଯାଇଛି। ସମ୍ବଲପୁରରେ ଗତ ୨୪ ଘଣ୍ଟା ପୂର୍ବରୁ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ଏଠାରେ ଏହା ୩୮.୮ ଡିଗ୍ରି ଅନୁଭୂତ ହୋଇଛି। ଅର୍ଥାତ ୨୪ ଘଣ୍ଟା ଭିତରେ ତାପମାତ୍ରା ୬.୬ ଡିଗ୍ରି ହ୍ରାସ ପାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ ସୁଦ୍ଧା ହୀରାକୁଦରେ ତାପମାତ୍ରା ୩୯ ଡ଼ିଗ୍ରି, ଚାନ୍ଦବାଲିରେ ୩୭.୨ ଡ଼ିଗ୍ରି, ଭୁବନେଶ୍ୱରରେ ୩୬.୨ ଡ଼ିଗ୍ରି, ପୁରୀରେ ୩୪.୨ ଡ଼ିଗ୍ରି, ବାଲେଶ୍ୱରରେ ୩୩.୬ ଡ଼ିଗ୍ରି, ପାରାଦୀପରେ ୩୨.୬ ଡ଼ିଗ୍ରି, କେନ୍ଦୁଝରରେ ୩୧.୨ ଡ଼ିଗ୍ରି ଓ ଗୋପାଳପୁରରେ ୩୦.୬ ଡ଼ିଗ୍ରି ରେକର୍ଡ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031