Indus Valley Times

ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି : ୩ ବର୍ଷର ଜେଲଦଣ୍ଡ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

 Breaking News

ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି : ୩ ବର୍ଷର ଜେଲଦଣ୍ଡ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

October 27
19:42 2020

ଭୁବନେଶ୍ବର,୨୭/୧୦ : ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମଙ୍ଗଳାର ଦିନ ବଡ଼ ଆଶ୍ବସ୍ତି ମିଳିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ୩ ବର୍ଷର ଜେଲ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।
ସୁଚନାଯୋଗ୍ୟଯେ ବହୁ ଚର୍ଚ୍ଚିତ ୧୯୯୯ ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଗତକାଲି ୩ ବର୍ଷ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ । ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ ।
ଦଣ୍ଡାଦେଶର କିଛି ସମୟରେ ଦିଲୀପଙ୍କୁ ଜାମିନ ମଧ୍ୟ ମିଳିଥିଲା । ତେବେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ଦିଲୀପ ରାୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।
ଦିଲୀପଙ୍କ ସହ ଅନ୍ୟ ତିନିଜଣ ତଥା ତତ୍କାଳୀନ କୋଇଲା ସଚିବ ପ୍ରଦୀପ ବାନାର୍ଜୀ, ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ତିନିବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇ ଥିଲା। ଏପରିକି ଦିଲୀପଙ୍କ ସମେତ ସମସ୍ତ ତିନି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡକୁ ୬୦ଲକ୍ଷ ଓ କାଷ୍ଟ୍ରନ୍ ମାଇନିଂକୁ ୧୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇ ଥିଲେ କୋର୍ଟ। ତେବେ ଦଣ୍ଡବିଧାନ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ଦୋଷୀଙ୍କୁ ଗତକାଲି ଜାମିନ୍ ମିଳି ଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031