Indus Valley Times

ଦିଲ୍ଲୀରୁ କଟକ ଆସୁଥିବା ରାଜଧାନୀ ଏକ୍ସପ୍ରେସରୁ ଯବାନ ନିଖୋଜ

 Breaking News

ଦିଲ୍ଲୀରୁ କଟକ ଆସୁଥିବା ରାଜଧାନୀ ଏକ୍ସପ୍ରେସରୁ ଯବାନ ନିଖୋଜ

December 08
09:51 2021

କଟକ,୮/୧୨ : ରାଜଧାନୀ ଏକ୍ସପ୍ରେସରୁ ଭାରତୀୟ ସେନାବାହିନୀର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀରୁ କଟକ ଆସୁଥିବା ରାଜଧାନୀ ଏକ୍ସପ୍ରେସରୁ ଏହି ଯବାନ ନିଖୋଜ ହେବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି।
୨୫ ବର୍ଷୀୟ ଯବାନ ଟେନଜିନ୍ ଗାଓ୍ବାଙ୍କ ନିଖୋଜ ଘଟଣାକୁ ନେଇ ସେନାବାହିନୀ ପକ୍ଷରୁ କଟକ ଜିଆରପି ଥାନାରେ ଏତଲା ଦିଆଯାଇଛି। ରେଳବାଇ ପୁଲିସ ଦିଲ୍ଲୀରୁ କଟକ ଯାଏ ସମସ୍ତ ଷ୍ଟେସନରେ ଯାଞ୍ଚ କରିବାକୁ ସୂଚନା ପଠାଇଛି।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ(ଟ୍ରେନ୍ ନଂ ୨୨୮୧୨) ରେ ୧୫୦ ଜଣ ଯବାନ କଟକ ଆସିଥିଲେ। ସୋମବାର ଅପରାହ୍ନ ପ୍ରାୟ ୩ଟା ୩୦ରୁ ୪ଟା ଭିତରେ କଟକରେ ପ୍ଲାଟଫର୍ମ ନମ୍ବର ୩ରେ ଟ୍ରେନ୍ ପହଞ୍ଚି ଥିଲା।
ବାହାରେ ସେମାନଙ୍କୁ ଏକ କ୍ୟାମ୍ପକୁ ନେବାକୁ ପ୍ରାୟ ୪ଟି ଗାଡ଼ି ଅପେକ୍ଷା କରିଥିଲା। ଗାଡ଼ିରେ ସମସ୍ତ ଯବାନ ଚଢ଼ିବା ପୂର୍ବରୁ ସମସ୍ତ ଯବାନଙ୍କ ଗଣତି ହୋଇଥିଲା। ଏହି ସମୟରେ ଟେନଜିନଙ୍କ ପତ୍ତା ମିଳି ନଥିଲା। ତାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବପର ହୋଇନଥିଲା। ଟେନଜିନଙ୍କ ରାଙ୍କ ଟିଆରଏନ୍ ୭୩୮୮୧ଏମ୍। ସେ କର୍ଣ୍ଣାଟକ କରଓ୍ବାର ଜିଲ୍ଲା ତିବ୍ବତିଆନ୍ କଲୋନି ମୁଣ୍ଡଗଡ଼ର ବାସିନ୍ଦା। ତାଙ୍କ ସଂପର୍କରେ ପତ୍ତା ନ ମିଳିବାରୁ ସେନାବାହୀନର ମେଜର ଭୂପେଶ ଯୋଶୀ ଏ ସଂକ୍ରାନ୍ତରେ କଟକ ଜିଆରପି ଥାନାରେ ଏତଲା ଦେଇଛନ୍ତି। ଜିଆରପି ଥାନା ପକ୍ଷରୁ ପ୍ରାଥମିକ ଭାବେ ରାଜଧାନୀ ଏକ୍ସପ୍ରେସ୍ ଯେଉଁ ବାଟ ଦେଇ ଆସିଛି, ସେହି ଅଞ୍ଚଳର ସମସ୍ତ ଥାନାକୁ ନିଖୋଜ ଯବାନଙ୍କ ଫଟୋ ଓ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଟେନଜିନଙ୍କ ସମ୍ପର୍କରେ କୌଣସି ସୂଚନା କଟକ ଜିଆରପିକୁ ମିଳିପାରି ନାହିଁ। ଟ୍ରେନରୁ ଯବାନ କିଭଳି ନିଖୋଜ ହେଲେ ସେ ସମ୍ପର୍କରେ ତାଙ୍କର କେହି ସହଯୋଗୀ ବି ସୂଚନା ଦେଇପାରୁ ନାହାନ୍ତି।
ତାଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା କି ନାହିଁ, ଯଦି ଥିଲା ସେ ଅସ୍ତ୍ରଶସ୍ତ୍ର ଅଛି ନା ଗାଏବ୍ ଅଛି, ସେ ନେଇ ଜିଆରପିର ଅଧିକାରୀ ଛାନଭିନ୍ ଆରମ୍ଭ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031