Indus Valley Times

ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଚାର୍ଜଶିଟରେ ନାହିଁ ସିସୋଦିଆଙ୍କ ନାଁ

 Breaking News

ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଚାର୍ଜଶିଟରେ ନାହିଁ ସିସୋଦିଆଙ୍କ ନାଁ

ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଚାର୍ଜଶିଟରେ ନାହିଁ ସିସୋଦିଆଙ୍କ ନାଁ
November 25
20:45 2022

ନୂଆ ଦିଲ୍ଲୀ, ୨୫/୧୧: ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ନୂଆ ମୋଡ଼ ଆସିଛି । ଅବକାରୀ ନୀତି ପ୍ରଣୟଣରେ ଦିଲ୍ଲୀର କ୍ଷମତାସୀନ ଅ।।ପ୍ ସରକାର ବ୍ୟାପକ ହେର ଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ ।
ଏହି ଦୁର୍ନିତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫାଆଇଆରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଦର୍ଶାଯାଇଥିଲା । ଉଭୟ ସିବିଆଇ ଓ ଇଡି ଜେରା କରିବା ସହ ତାଙ୍କ ଠିକଣାରେ ରେଡ କରାଯାଇଥିଲା । ହେଲେ ଏବେ ସିବିଆଇ ପୂରା ଘଟଣାରେ ଦାଖଲ କରିଥିବା ଚାର୍ଜସିଟିରେ ସିସୋଦିଆଙ୍କ ନାଁ ନାହିଁ ।
ଆଜି ଦିଲ୍ଲୀର ଗୋଟିଏ କୋର୍ଟରେ ସିବିଆଇ ଅବକାରୀ ନୀତି ଦୁର୍ନିତି ଘଟଣାରେ ପ୍ରଥମ ଚାର୍ଜଶିଟି ଦାଖଲ କରିଛି । କିନ୍ତୁ ଏଥିରେ ସିସୋଦିଆଙ୍କ ବିଷୟରେ କିଛିବି କୁହାଯାଇ ନାହିଁ । ତାଙ୍କ ନାଁ ଚାର୍ଜଶିଟିରେ ନଥିଲେ ମଧ୍ୟ ତାଙ୍କ ବିରୋଧରେ ଏବେ ବି ତଦନ୍ତ ଜାରି ରହିଥିବା ସିବିଆଇ କହିଛି ।
ଏହାର ଅର୍ଥ ତାଙ୍କ ବିରୋଧରେ ଏଯାଏ ଦୁର୍ନୀତି କରିଥିବା ପ୍ରମାଣ ମିଳିନି । ଏହି କାରଣ ପାଇଁ ସମ୍ଭବତଃ ସିବିଆଇ ତାଙ୍କ ନାଁରେ ଚାର୍ଚ୍ଚଶିଟି ଦାଖଲ କରିନାହିଁ । ଅବକାରୀ ନୀତି ଦୁର୍ନିତି ଘଟଣାରେ ଏହା ସିବିଆଇର ପ୍ରଥମ ଚାର୍ଚ୍ଚଶିଟ୍ । ଏଥିରେ ୭ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।
ଏହି ୭ଜଣଙ୍କ ମଧ୍ୟରେ ଆପ୍‌ର କମୁନିକେସନ ଇନଚାର୍ଜ ବିଜୟ ନାଏର ଓ ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ ବୋଇନପାଲ୍ଲୀଙ୍କ ନାଁ ରହିଛି । ଅନ୍ୟ ଅଭିଯୁକ୍ତିମାନେ ହେଲେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ର, ଅଭିଷେକଙ୍କ ସହଯୋଗୀ ଅରୁଣ ପଲ୍ଲାଇ, ମୁଥୁ ଗୌତମ ଓ ଅବକାରୀ ବିଭାଗର ଦୁଇ ପୂର୍ବତନ କର୍ମଚାରୀ ।
ସିବିଆଇ ପକ୍ଷରୁ ଦିଲ୍ଲୀରେ ରୋଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ ଏମକେ ନାଗପାଲଙ୍କ ଏପରି ଚାର୍ଜଶିଟ ଦାଖଲ କରାଯାଇଛି । ଚାର୍ଜସିଟିରେ ସିବିଆଇ କହିଛି ଯେ ଘଟଣାରେ ସାମିଲ ଥିବା ସରକାରୀ କର୍ମଚାରୀ ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଜାରୀ ରହିଛି ।
ବିଶେଷ କରି ଲାଇସନ୍ସ ପ୍ରଦାନରେ ହୋଇଥିବା ଷଡ଼ଯନ୍ତ୍ର ଓ ଆର୍ଥିକ ନେଣଦେଣ ଦିଗରେ ତଦନ୍ତ ପେଣ୍ଡିଂ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031