ଦୀର୍ଘ ଦିନର ଆଶା ପୂରଣ: ନୂଆଗାଁ ପଞ୍ଚାୟତ ସମିତି ସଭା ଗୃହ ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୦/୧୦ : ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ରେ ଦୀର୍ଘ ୩ ବର୍ଷ ହେବ ଅର୍ଦ୍ଧନିର୍ମିତ ଅବସ୍ଥାରେ ସଭା ଗୃହ ପଡ଼ିରହିଥିଲା।ନିର୍ବାଚିତ ସଭ୍ୟ ସଭ୍ୟା ,ବ୍ଲକ୍ କର୍ମଚାରୀ ଏବଂ ଜନସାଧାରଣ ଙ୍କ ମଧ୍ୟରେ କେବେ ସମ୍ପୂର୍ଣ୍ଣ ହେବ ଅର୍ଦ୍ଧନିର୍ମିତ ସଭା ଗୃହ ଏନେଇ ଦୀର୍ଘ ଦିନ ଧରି ଆଶା , ଆକାଂକ୍ଷା ଲାଗି ରହିଥିଲା।
ପରିଶେଷରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଦୀର୍ଘ ବର୍ଷ ଧରି ରହିଥିବା ଆଶା ଆକାଂକ୍ଷା ପୂରଣ ହୋଇଛି । ନୂଆଗାଁ ପଞ୍ଚାୟତ ସମିତି ପରିସରରେ ସମ୍ପୂର୍ଣ୍ଣ ହୋଇଥିବା ସଭା ଗୃହ କୁ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିବା ସହ ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା ,ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ ଙ୍କ ଉଦ୍ୟମ ,ସହଯୋଗ କୁ ପ୍ରଶଂସା କରିଥିଲେ।
ତତ୍ ସହିତ ନୟାଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ରେ ଥିବା ସଭା ଗୃହ ମଧ୍ୟରେ ଏହି ସଭାଗୃହ ର ବ୍ୟବସ୍ଥା କୌଣସି କ୍ଷେତ୍ରରେ କମ୍ ନୁହେଁ ବୋଲି କହିବା ସହିତ ନୂତନ ସଭାଗୃହ ରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ର ଦଶମ ସାଧାରଣ ଅଧିବେଶନ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ , ସମସ୍ତ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନଙ୍କ ସହ ଆଲୋଚନା କରି ଆତ୍ମ ସନ୍ତୋଷ ଲାଭ କରିଥିଲେ।
ଉଦ୍ଘାଟନ ସମୟରେ ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସ ମଲ,ଜିଲ୍ଲାପରିଷଦ ସଭ୍ୟ ସୁଦୀପ୍ତ ଚନ୍ଦ୍ର ରାୟ ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ, ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।