Indus Valley Times

ଦୁଇ ଓଡ଼ିଆଙ୍କ ସମେତ ୬ ଜଣ ନିଶା ମାଫିଆଙ୍କୁ ଗିରଫ ପଶ୍ଚିମବଙ୍ଗ ଏସ୍ଟିଏଫ୍ ଓ ପୁଲିସ୍

 Breaking News

ଦୁଇ ଓଡ଼ିଆଙ୍କ ସମେତ ୬ ଜଣ ନିଶା ମାଫିଆଙ୍କୁ ଗିରଫ ପଶ୍ଚିମବଙ୍ଗ ଏସ୍ଟିଏଫ୍ ଓ ପୁଲିସ୍

January 10
19:30 2022

ଜଳେଶ୍ୱର,୧୦/୧: ପଶ୍ଚିମବଙ୍ଗ ଏସ୍ଟିଏଫ୍ ଓ ପୁଲିସ୍ ମିଳିତ ଚଢ଼ଉ କରି ଦୁଇ ଓଡ଼ିଆ ନିଶା ମାଫିଆକୁ ଧରିଥିଲା। ସେମାନଙ୍କୁ ଜେରା ବେଳେ ନିଶା କାରବାର ପୂରା ଘଟଣା ସାମ୍ନାକୁ ଆସିଥିଲା।
ପଶ୍ଚିମବଙ୍ଗ ଏସ୍ଟିଏଫ୍ ଓ ପୁଲିସ୍ ଦୁଇ ଓଡ଼ିଆଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହାର ଚେର୍ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ୱିଥିବା ଜଣାପଡ଼ିଛି। ତଦନ୍ତରେ ସମସ୍ୟା ହେବା ଆଶାଙ୍କା କରି ପୁଲିସ୍ ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରି ନାହିଁ।
ବାଲେଶ୍ୱର ଜିଲ୍ଲାର ଦୁଇ ଜଣ ନିଶା ମାଫିଆ ଗତ ୭ ତାରିଖରେ ପଶ୍ଚିମବଙ୍ଗର ଲାଲ୍ଗୋଲାକୁ ହେରୋଇନ୍ ଆଣିବା ପାଇଁ ଯାଇଥିଲେ। ଏ ସମ୍ପର୍କରେ ବର୍ଦ୍ଧମାନ ଥାନା ପୁଲିସ୍ ଓ ପଶ୍ଚିମବଙ୍ଗ ଏସ୍ଟିଏଫ୍ ଜାଣିପାରି ସେମାନଙ୍କୁ ଅଧା ରାସ୍ତାରୁ ଉଠାଇ ନେଇଥିଲା।
ସେମାନଙ୍କୁ ଘନ ଘନ ଜେରା କରିଥିଲା ପୁଲିସ୍। ଏହା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟାଇ ଥିଲା। ଏହାର ଲିଙ୍କ ଓଡ଼ିଶା-ପଶ୍ଚିମବଙ୍ଗ-ମଣିପୁର ପର୍ଯ୍ୟନ୍ତ ଲମ୍ୱିଥିବା ଜାଣିବାକୁ ପାଇଥିଲା ପୁଲିସ୍।
ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ବର୍ଦ୍ଧମାନ ଥାନା ପୁଲିସ୍ ଓ ପଶ୍ଚିମବଙ୍ଗ ଏସ୍ଟିଏଫ୍ ଚଢ଼ଉ କରି ପଶ୍ଚିମବଙ୍ଗରୁ ଓ ମଣିପୁରରୁ ଦୁଇ ଜଣ ଲେଖାଏଁ ନିଶା ବେପାରୀଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ନିଶା ବେପାରୀଙ୍କଠାରୁ ୧୩ କେଜି ହେରୋଇନ୍ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ କୋଟି ଟଙ୍କା ହେବ। ଏହାଛଡ଼ା ସେମାନଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା, ଟଙ୍କା ଗଣା ମେସିନ୍ ଓ କିଛି ରାସାୟନିକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଓଡ଼ିଆ ଅଛନ୍ତି। ସେମାନଙ୍କ ନାଁରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଛି।
ଅଭିଯୋଗରୁ ପ୍ରକାଶ, ନିଶା ମାଫିଆମାନେ ବାଂଲାଦେଶରୁ ହେରୋଇନ୍, ଚରସ୍ ଓ ବ୍ରାଉନସୁଗର ପରି ନିଶା ସାମଗ୍ରୀ ଧରି ପଶ୍ଚିମବଙ୍ଗର ଲାଲଗୋଲାକୁ ଆସନ୍ତି। ସେଠାରୁ ଭାଗବଣ୍ଟା ହୋଇଥାଏ। ଓଡ଼ିଶା ପାଇଁ ଆସୁଥିବା ନିଶା ଜଳେଶ୍ୱରକୁ ଆସିଥାଏ। ସେଠାରୁ ଓଡ଼ିଶାର କୋଣ ଅନୁକୋଣକୁ ଚାଲାଣ ହେଉଛି ନିଶା। ମିଳିଥିବା ସୂଚନା ଅନୁସାରେ ଗତ ତିନି ମାସ ମଧ୍ୟରେ ବାଲେଶ୍ଵର ଜିଲ୍ଲାରୁ ମୋଟ୍ ୧୦ କେଜି ୫୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏହି ମାମଲାରେ ୭୨ ଜଣ ଗିରଫ ହୋଇଛନ୍ତି। ଏଥିସହ ଅନେକ ମୋବାଇଲ୍ ଫୋନ୍ ଓ ବାଇକ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ଏବଂ ପୁଲିସ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031