Legatus

ଦୁଇ ଟ୍ରକ୍ ମଝିରେ ଚାପି ହୋଇ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

 Breaking News

ଦୁଇ ଟ୍ରକ୍ ମଝିରେ ଚାପି ହୋଇ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

July 02
16:54 2023

ଅନୁଗୋଳ/ବଡ଼କେରା,୨/୭: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲି ଯାଇଛି। ମୃତକମାନେ ହେଲେ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା।
ସୂଚନା ଅନୁସାରେ ଉଭୟ ବାଇକ ଆରୋହୀ ସ୍ବାମୀ ଅକ୍ଷୟ ବେହେରା ଓ ସ୍ତ୍ରୀ ମମତା ବେହେରା ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ଯାଉଥିଲେ। କରଡ଼ଗାଡ଼ିଆ ଠାରେ ସେମାନେ ଆଗରେ ଯାଉଥିବା ଏକ ଟ୍ରକ୍ ପଛରେ ଥିଲେ। ସେମାନଙ୍କର ପଛପଟରୁ ଅନ୍ୟ ଏକ ଟ୍ରକ୍ ଆସୁଥିଲା। ପଛରୁ ଆସୁଥିବା ଟ୍ରକ୍ର ଗତି ଅଧିକ ଥିବାରୁ ସେମାନଙ୍କର ଉପରେ ଚଢ଼ିଯାଇଥିଲା। ଫଳରେ ସେମାନେ ଦୁଇଟି ଟ୍ରକ୍ ମଧ୍ୟରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ତେବେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳି ପାରି ନାହିଁ।
ସୂଚନାଯୋଗ୍ୟ, ଅକ୍ଷୟ ବେହେରା ସ୍ଥାନୀୟ ଅଞ୍ଚଳର ଏକ କାରଖାନାରେ କାମ କରୁଥିଲେ। ଆଜି ଛୁଟି ଥିବାରୁ ତାଙ୍କ ପୁଅକୁ ଅନୁଗୁଳ ହଷ୍ଟେଲରେ ଦେଖା କରିଥାନ୍ତେ। ଏହା ପରେ ସେଠାରୁ ସେ ଶ୍ବଶୁରଙ୍କ ଦେହ ଖରାପ ଥିବାରୁ ଦେଖିବାକୁ ଯିବା ପାଇଁ ଘରୁ ବାହାରି ଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930