Indus Valley Times

ଦୁର୍ଘଟଣା ପରେ ଇନ୍ସପେକ୍ଟରଙ୍କ ପତ୍ତା ମିଳୁନି; ଏସ୍ପି କହିଲେ, ଡରି ଫେରାର

 Breaking News

ଦୁର୍ଘଟଣା ପରେ ଇନ୍ସପେକ୍ଟରଙ୍କ ପତ୍ତା ମିଳୁନି; ଏସ୍ପି କହିଲେ, ଡରି ଫେରାର

ଦୁର୍ଘଟଣା ପରେ ଇନ୍ସପେକ୍ଟରଙ୍କ ପତ୍ତା ମିଳୁନି; ଏସ୍ପି କହିଲେ, ଡରି ଫେରାର
July 12
15:22 2022

ସୋନପୁର, ୧୨/୭ : ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି ।
ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ତେବେ ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ଏସ୍ପି ଅମରେଶ ପଣ୍ଡା ।
ସେପଟେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଉତ୍ତେଜନା ଲାଗିରହିଛି। ଘଟଣାକୁ ନେଇ ଲୋକେ ରାସ୍ତାରୋକ କରିଛନ୍ତି ।
ରାସ୍ତାରୋକ ଯୋଗୁଁ ବଲାଙ୍ଗିର-ସୋନପୁର ଯାତାୟାତ ଠପ୍ ହୋଇଯାଇଛି। କ୍ଷତିପୂରଣ ଦାବିରେ ଶବ ଉଠାଇବାକୁ ଦେଉ ନାହାନ୍ତି ଉତ୍ତ୍ୟକ୍ତ ଲୋକେ ।
ସୂଚନାଯୋଗ୍ୟ ଯେ, ସୋନପୁର ବଡ଼ବାହାଲି ଛକ ନିକଟରେ ଏକ କାର୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930