Indus Valley Times

ଦୂତି ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗ: ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା ଥାନାରେ ଅଟକ

 Breaking News

ଦୂତି ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗ: ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା ଥାନାରେ ଅଟକ

ଦୂତି ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗ: ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା ଥାନାରେ ଅଟକ
September 03
15:52 2021

ଭୁବନେଶ୍ୱର ୩/୯: ସୋସିଆଲ ମିଡିଆରେ ଦୂତି ଚାନ୍ଦଙ୍କୁ ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗ ମାମଲାରେ ଓ୍ବେବ୍ ଚ୍ୟାନେଲ ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ଅଟକ । ସୁଧାଂଶୁଙ୍କୁ ମହିଳା ଥାନାରେ ଅଟକ ରଖିଛି ପୋଲିସ ।
ସୋସିଆଲ ମିଡିଆରେ ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ନେଇ ଗତ ୧ ତାରିଖରେ ଅଭିଯୋଗ କରିଥିଲେ ଦୂତି ଚାନ୍ଦ । ଘଟଣାରେ ୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ସୁଧାଂଶୁ ଶେଖର ରାଉତ, ପ୍ରଦୀପ ପ୍ରଧାନ, ସ୍ମୃତିରଞ୍ଜନ ବେହେରାଙ୍କ ନାଁରେ ହୋଇଥିଲା ଅଭିଯୋଗ । ଦଫା ୨୯୨(୨), ୩୫୪(ଏ), ୩୮୫, ୫୦୬, ୫୦୯, ୧୨୦(ବି), ୬ରେ ମାମଲା ରୁଜୁ ହୋଇଥିଲା ।
ଗତ ଟୋକିଓ ଅଲିମ୍ପିକ୍ସ ସମୟରେ ଦୂତି ନିଜ ଇଭେଣ୍ଟ ପାଇଁ ବ୍ୟସ୍ତ ଥିବାବେଳେ ସୋସିଆଲ ମିଡିଆ ଏବଂ ସଂପୃକ୍ତ ଓ୍ବେବ୍ ଚ୍ୟାନେଲ ତାଙ୍କ ପରିବାର ଓ ତାଙ୍କୁ ନେଇ ବହୁ ଆପତ୍ତିଜନକ ଖବର ପ୍ରକାଶ କରିଥିଲେ ।
ତାକୁ ନେଇ ଦୂତି ମାନସିକ ଚାପରେ ଥିଲେ । ଯାହାଫଳରେ ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦୂତି ଅଭିଯୋଗ କରିଥିଲେ । ସେ କହିଥିଲେ, ଯେଉଁ ସମୟରେ ମୁଁ ଅଲିମ୍ପିକ୍ସରେ ବିଶ୍ବସ୍ତରୀୟ କ୍ରୀଡ଼ାବିତଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲି, ସାମ୍ବାଦିକ ସୁଧାଂଶୁ ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ସୋସିଆଲ ମିଡିଆରେ ବିଭିନ୍ନ ନକରାତ୍ମକ ଟିପ୍ପଣୀ ଦେଇ ଚାଲିଥିଲେ ।
ସେମାନେ ମୋ ସହ ମୋର ପୃଷ୍ଠପୋଷକ ଓ ମୋ କୋଚ୍ ଙ୍କୁ ମଧ୍ୟ ବଦନାମ କରିବାକୁ ପ୍ରୟାସ କରିଥିଲେ । ବାରମ୍ବାର ଫୋନ୍ କରି ମୋତେ ଟୋକିଓରେ ବ୍ୟତିବ୍ୟସ୍ତ କରିପକାଉଥିଲେ । ସେହି ଲୋକଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନକରାତ୍ମକ ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦୂତି ଅନୁରୋଧ କରିଥିଲେ । ତା’ଛଡା ମିଥ୍ୟା ଓ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ବଦନାମ କରିଥିବା ଲୋକଙ୍କ ବିରୋଧରେ ଦୂତି ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ଭୁବନେଶ୍ବର ସିଭିଲ କୋର୍ଟରେ ଦାୟର କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031