Indus Valley Times

ଦେଓମାଳିରେ ନିର୍ମାଣ ହେବ ଇକୋ ଟୁରିଜିମ୍ କଟେଜ୍

 Breaking News

ଦେଓମାଳିରେ ନିର୍ମାଣ ହେବ ଇକୋ ଟୁରିଜିମ୍ କଟେଜ୍

ଦେଓମାଳିରେ ନିର୍ମାଣ ହେବ ଇକୋ ଟୁରିଜିମ୍ କଟେଜ୍
April 16
21:07 2022

ପଟ୍ଟାଙ୍ଗି,୧୬/୪: ଆନ୍ଧ୍ରପ୍ରଦେଶ-ଓଡିଶା ବିବାଦୀୟ କୋଟିଆ ଗସ୍ତରେ ଅଛନ୍ତି ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର। ସେ ପ୍ରଥମେ ଓଡ଼ିଶାର ଉଚ୍ଚତ୍ତମ ଶୃଙ୍ଗ ଦେଓମାଳି ଗସ୍ତରେ ଯାଇ ସେଠାରେ ଉପସ୍ଥିତ ଥିବା ସାଲେମ ସ୍ୱୟଂ ସହାୟିକା ଦଳର ମହିଳାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ ଓ ଆଉ କଣ କରାଗଲେ ସେମାନେ ଉପକୃତ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ ।
ଏଥିରେ ମହିଳା ମାନେ ମୁଖ୍ୟତଃ ପାନୀୟ ଜଳର ସୁବିଧା, ମୋବାଇଲ ନେଟୱାର୍କର ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ନିମନ୍ତେ କହିଥିଲେ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଦେଓମାଳିରେ ଏକ ହୋଟେଲ ନିର୍ମାଣ, କଟେଜ ବ୍ୟବସ୍ଥା କରାଯାଇ ଉକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯିବ ଏବଂ ସେମାନେ ତାହାର ତଦାରଖ କରିବା ସହ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ବୋଲି ମହିଳାମାନଙ୍କୁ କହିଥିଲେ।
ପୂର୍ବରୁ ଉକ୍ତ ଅଞ୍ଚଳଟି ମାଓ ଉପଦ୍ରବ ରହିଥିବା ଯୋଗୁ ପର‌୍ୟ୍ୟଟକମନେ ଆସିବା ପାଇଁ ଭୟଭୀତ ହେଉଥିଲେ ଓ କିଛି ଉନ୍ନୟନ ମୂଳକ କାର‌୍ୟ୍ୟ ସରକାରଙ୍କ ପକ୍ଷରୁ ହୋଇ ନଥିଲା କିନ୍ତୁ ବର୍ତ୍ତମାନ ଦେଓମାଳିକୁ ସ୍ୱତନ୍ତ୍ର ଫୋକସ ଦିଆଯାଇ ପଯ୍ୟଟକଙ୍କୁ କିପରି ଆକୃଷ୍ଟ କରାଯାଇପାରିବ ଏହି ଦିଗରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ସଚିବ କହିଥିଲେ। ଏହାପରେ ପର୍ବତ ଶିଖରକୁ ଯାଇ ବୁଲିଆସିବା ସହ ଇକୋ ଟୁରିଜିମ କୋଟେଜ ନିମନ୍ତେ କରାଯାଇଥିବା ଜାଗା ଚିହ୍ନଟକୁ ବୁଲି ଦେଖିଥିଲେ। କୋଟିଆ ଗସ୍ତରେ ଯାଇଥିଲେ।
ପଟ୍ଟାଙ୍ଗି ବ୍ଲକରେ ଦୁଇଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଗୋଟିଏ ପଟ୍ଟାଙ୍ଗିରେ ଓ ଅନ୍ୟଟି କୋଟିଆରେ ଖୋଲାଯାଇଛି। ଆଜି କୋଟିଆସ୍ଥିତ ନୂତନ ଆଦର୍ଶ ବିଦ୍ୟାଳୟ କୋଠାକୁ ବୁଲି ଦେଖିଥିଲେ। ଏହା ପରେ କୋଟିଆବାସୀଙ୍କ ମୁଖ୍ୟ ଝାଡୁଚାଷ, ସେଠାରେ ଥିବା ଝାଡୁ ଉତ୍ପାଦନ କେନ୍ଦ୍ରକୁ ଯାଇ ନିର୍ମାଣ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ବିକ୍ରି ଓ ଲାଭ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଗ୍ରାମ ପଞ୍ଚୟତ କାର‌୍ୟ୍ୟାଳୟରେ ପହଞ୍ଚି ଜିଲ୍ଲା ଅରିଷଦ ଜୋନ-୧ସଭ୍ୟ ଟିକାଇ ଗେମେଲ, କୋଟିଆ ସରପଞ୍ଚ ଲିଉ ଗେମେଲଙ୍କସହ ଆଲୋଚନା କରିଥିଲେ ।
ଏହାପରେ ଥାନା, ଡାକ୍ତରଖାନା ବୁଲି ସିଧା ଜନୀଗୁଡା ଗ୍ରାମରେ ପହଞ୍ଚି ସେଠାରେ ଡ଼ଳିଆମ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ଷ୍ଟ୍ରବେରି, ପଣସ, ମାଣ୍ଡିଆ, ମହୁ, ସୁଆଁ, ଅଦା, କୁକୁଡ଼ା, ତେନ୍ତୁଳି ଆଦି ଦେଖି ବହୁ ଖୁସି ଅନୁଭବ କରିଥିଲେ। ଏହା ପରେ ଉକ୍ତ ଉତ୍ପାଦିତ ଦ୍ରବ୍ୟକୁ ଦେଓମାଳି ନେଇ ବିକ୍ରି କରିବା ଦ୍ୱାରା ବିଭିନ୍ନ ଆଡୁ ଯେଉଁ ପର‌୍ୟ୍ୟଟକ ଆସୁଛନ୍ତି ସେମାନେ ମଧ୍ୟ ନେଇପାରିବେ ଓ ଭଲ ଦୁଇ ପଇସା ରୋଜଗାର ହେବ ବୋଲି କହିଥିଲେ। ତାଙ୍କ ସହିତ କୋରାପୁଟ ଜିଲାପାଳ ମହମଦ ଅକ୍ତର, ଏସ୍ପି ବରୁଣ ଗୁଣ୍ଠପାଲି, ଆଇଏଏସ୍ ପ୍ରଭିଜନାଲ ବେଦ ଭୁସନ, ପିଡ଼ିଡି ଆରଡିଏଙ୍କ ସମେତ ବହୁ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ମହାପାତ୍ର ବନ୍ଧୁଗାଁ ବ୍ଲକ ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031