Indus Valley Times

ଦେଲେନି ଦଶହରା ଚାନ୍ଦା, ବନ୍ଦ କରିଦେଲେ ପାଣି

 Breaking News

ଦେଲେନି ଦଶହରା ଚାନ୍ଦା, ବନ୍ଦ କରିଦେଲେ ପାଣି

ଦେଲେନି ଦଶହରା ଚାନ୍ଦା, ବନ୍ଦ କରିଦେଲେ ପାଣି
October 08
15:46 2022

ଭଞ୍ଜନଗର, ୮।୧୦ : ଦଶହରା ଚାନ୍ଦା ଦେଲେନି ବୋଲି ପାଣି ବନ୍ଦ କରିଦେଲ ପମ୍ପ ଡ୍ରାଇଭର। ଏଭଳି ସଂଗୀନ ଅଭିଯୋଗ ଆଣି ରାସ୍ତା ଅବରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ପାଟରୀପଲ୍ଲୀ ଏବଂ ଅରଖପଲ୍ଲୀ ଗାଁ ଲୋକେ।
ଖବର ଅନୁଯାୟୀ, ଏହି ଗାଁରେ ୩୦୦ରୁ ଅଧିକ ଲୋକ ରୁହନ୍ତି। ଗାଁ ଲୋକେ ପାଣି ପାଇଁ ମାସକୁ ପ୍ରତି ଘର ପିଛା ୩୦ ଟଙ୍କା ଦିଅନ୍ତି। ହେଲେ ପଞ୍ଚାୟତ ପାଣି ପମ୍ପ ଡ୍ରାଇଭର ଘର ପିଛା ଆଉ ୫୦ ଟଙ୍କା ଲେଖାଏଁ ଦଶହରା ଖର୍ଚ୍ଚ ମାଗିଥିଲେ । ତେବେ ଲୋକେ ଦାବି ମୁତାବକ ଦଶହରା ଚାନ୍ଦା ଦେଇନଥିଲେ ।
ଆଉ ଏଥିରେ ରାଗିଯାଇ ଦୁଇ ଗାଁକୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଅରଖପଲ୍ଲି ଗାଁର ମହିଳାମାନେ ଜଳ ଯୋଗାଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଗାଁ ରାସ୍ତାରେ ହାଣ୍ଡି ମାଠିଆ ରଖି ସେମାନେ ପ୍ରଦର୍ଶନ କରିଥିଲେ। ଖବର ପାଇ ପମ୍ପ ଅପରେଟର ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରି ପାଣି ଛାଡିବା ପରେ ରାସ୍ତା ଅବରୋଧ ହଟିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031