Indus Valley Times

ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

 Breaking News

ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
March 08
11:23 2023

ନୂଆଦିଲ୍ଲୀ, ୮/୩: ଆଜି ଦେଶରେ ରଙ୍ଗ ମହୋତ୍ସବ ହୋଲି ପାଳନ ଚାଲିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ହୋଲିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହର୍ଷୋଲ୍ଲାସର ପର୍ବ ବୋଲି ଦର୍ଶାଇ କହିଛନ୍ତି ଯେ, ଏହା ଆମ ବିବିଧତା ସମାଜର ଜୀବନ୍ତ ରଙ୍ଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ।
ଟୁଇଟ୍ କରି ସେ ଲେଖିଛନ୍ତି, ଦେଶବାସୀଙ୍କୁ ହର୍ଷୋଲ୍ଲାସର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭକାମନା। ସ୍ନେହ ଓ ଭାଇଚାରାର ଏହି ମହୋତ୍ସବ ଆମ ବିବିଧତାପୂର୍ଣ୍ଣ ସମାଜ, ସଜୀବ ରଙ୍ଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ ଅଟେ। ରଙ୍ଗର ଏ ମହୋତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ନୂତନ ଶକ୍ତି ସଂଚାର କରୁ ବୋଲି କାମନା କରୁଛି।
ଇୟଗ୍ଦ ଭଚ୍ଚ
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲେଖିଛନ୍ତି, ଆପଣଙ୍କ ଜୀବନରେ ହର୍ଷ ଓ ଉଚ୍ଛ୍ବାସର ରଙ୍ଗ ବର୍ଷୁଥାଉ। ଆପଣମାନଙ୍କୁ ସୁଖ ଓ ରଙ୍ଗଭରା ହୋଲି ଶୁଭେଚ୍ଛା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031