Indus Valley Times

ଦେଶର ସର୍ବ ଶକ୍ତିମାନ ଦମ୍ପତିର ପ୍ରଥମ ସ୍ଥାନରେ ମୁକେଶ ଓ ନୀତା ଅମ୍ବାନୀ

 Breaking News

ଦେଶର ସର୍ବ ଶକ୍ତିମାନ ଦମ୍ପତିର ପ୍ରଥମ ସ୍ଥାନରେ ମୁକେଶ ଓ ନୀତା ଅମ୍ବାନୀ

ଦେଶର ସର୍ବ ଶକ୍ତିମାନ ଦମ୍ପତିର ପ୍ରଥମ ସ୍ଥାନରେ ମୁକେଶ ଓ ନୀତା ଅମ୍ବାନୀ
December 10
11:57 2021

ନୂଆଦିଲ୍ଳୀ, ୧୦/୧୨ : ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆଖ୍ୟା ଅର୍ଜନ କରିଥିବା ନାମୀଦାମୀ ଦମ୍ପତ୍ତି ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ । ଦୁହେଁ ଦେଶର ସବୁଠାରୁ ପାୱାର ଫୁଲ୍ କପଲ୍ ଭାବରେ ବିବେଚିତ। ବାସ୍ତବରେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ବ୍ରାଣ୍ଡସ୍ (IIHB) ର ବାର୍ଷିକ ପାୱାର୍ କପଲ୍ ସର୍ଭେରେ ଏହି ଦମ୍ପତି ୯୪ପ୍ରତିଶତ ସ୍କୋର ସହିତ ପ୍ରଥମ ସ୍ଥାନରେ ଅଛନ୍ତି ।
ଏହା ବ୍ୟତୀତ ବଲିଉଡର ଅଧିକାଂଶ କପଲ୍ ଏହି ଲିଷ୍ଟରେ ଭାଗ ନେଇଛନ୍ତି । ପ୍ରଥମ ଥର ପାଇଁ କର୍ପୋରେଟ୍ ୱାର୍ଲଡରେ ଅନେକ ଦମ୍ପତିମାନେ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ। ଏହି ସର୍ଭେରେ ୨୫ ରୁ ୪୦ ବର୍ଷ ବୟସର ୧୩୬୨ ଜଣ ଲୋକଙ୍କୁ ତାଙ୍କ ମତ ପଚରାଯାଇଥିଲା । ଯେଉଁଥିରେ ୭୬୧ ପୁରୁଷ ଏବଂ ୬୦୧ଜଣ ମହିଳା ସାମିଲ୍ ହୋଇଥିଲେ । ଏହି ସର୍ଭେରେ ଅଭିନେତା ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ୮୬ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ୭୯ ପ୍ରତିଶତ ସହ ତୃତୀୟ ସ୍ଥାନରେ ରଖାଯାଇଛି ।
ଅନ୍ୟପଟେ ଏହି ତାଲିକାରେ, କର୍ପୋରେଟ୍ ୱାର୍ଲଡର ୫ଦମ୍ପତି ଟପ୍ ୨୦ରେ ସାମିଲ୍ କରାଯାଇଛି । ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୂର୍ତ୍ତୀ ଦଶମ ସ୍ଥାନରେ, ସେରମ୍ ଇନଷ୍ଟିଚ୍ୟୁଟ୍ର ଆଦାରଏବଂ ନତାଶା ପୁନାୱାଲା ୧୧ତମ ସ୍ଥାନରେ, ୱିପ୍ରୋର ଅଜିମ୍ ଏବଂ ୟସ୍ମିନ୍ ପ୍ରେମଜୀ ୧୬ତମ ସ୍ଥାନରେ, ମହିନ୍ଦ୍ରା ଆନନ୍ଦ ଏବଂ ଅନୁରାଧା ମହିନ୍ଦ୍ରା ୧୯ତମ ସ୍ଥାନରେ ଅଛନ୍ତି । ଏବଂ ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଲମ୍ ଏବଂ ନୀରଜା ବିର୍ଲା ୨୦ତମ ସ୍ଥାନରେ ଅଛନ୍ତି। ତେବେ ଏହି ତାଲିକାରେ ବିବାହ କରିଥିବା ନବ ଦମ୍ପତ୍ତି କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ନବମ ସ୍ଥାନରେ ରହିଛନ୍ତି। ଗତ ବର୍ଷ କରୋନା ମହାମାରୀ ହେତୁ IIHB ସର୍ଭେ କରାଯାଇ ନଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031