Indus Valley Times

ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସିଂହ

 Breaking News

ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସିଂହ

ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସିଂହ
November 09
11:04 2022

ନୂଆଦିଲ୍ଲୀ, ୯/୧୧: ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଦେଶର ସିଜେଆଇ ଭାବେ ଦୀର୍ଘ ୨ ବର୍ଷ ଧରି କାମ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ନଭେମ୍ବର ୧୦ରେ ଶେଷ ହେବ।
ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ ୱାଭି ଚନ୍ଦ୍ରଚୂଡ଼ ମଧ୍ୟ ଭାରତର ସବୁଠାରୁ ଅଧିକ ସମୟ ସିଜେଆଇ ଭାବେ କାମ କରିଥିଲେ। ସିନିୟର ଚନ୍ଦ୍ରଚୂଡ଼ ୧୯୭୮ ମସିହା ଫେବୃଆରୀ ୨୨ରୁ ୧୯୯୫ ମସିହା ଜୁଲାଇ ୧୧ ଯାଏ ଦେଶର ପ୍ରଧାନ ବିଚାରପତି ରହିଥିଲେ। ଏବେ ତାଙ୍କ ପୁଅ ଜଷ୍ଟିସ ଚନ୍ଦ୍ରଚୂଡ଼ ମଧ୍ୟ ୨ ବର୍ଷ ପାଇଁ ସିଜେଇଆଇ ଭାବେ କାମ କରିବେ।
ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ବାଛିଥିଲେ। ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଯାଇଥିଲା। ଏହାପରେ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପ୍ରସ୍ତାବକୁ ପଠାଇଥିଲା। ଅକ୍ଟୋବର ୧୭ରେ ରାଷ୍ଟ୍ରପତି ମୁର୍ମୁ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ।
ଦେଶର ୫୦ତମ ସିଜେଆଇ ହୋଇଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ଏକାଧିକ ସାମ୍ବିଧାନିକ ବେଞ୍ଚ ଓ ଗୁରୁପୂର୍ଣ୍ଣ ତଥା ଐତିହାସିକ ମାମଲାରେ ରାୟ ଦେଇଛନ୍ତି। ଅଯୋଧ୍ୟା ଜମି ବିବାଦ, ଗୋପନୀୟତାର ଅଧିକାର ଓ ପରକ୍ରୀୟା ପ୍ରୀତି ସମ୍ପର୍କରେ ରାୟ ପ୍ରକାଶ କରିଥିବା ବେଞ୍ଚରରେ ସେ ରହିଥିଲେ। ୧୯୫୯ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୧୬ ମେ’ ୧୩ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ।
ହାର୍ବାଡ ବିଶ୍ୱବିଦ୍ୟାଳୟରୁ ଆଇନ ବିଭାଗରେ ୨ଟି ଡିଗ୍ରୀ ହାସଲ କରିବା ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଭାରତର ପ୍ରଥମ ଓକିଲ ଭାବେ ମାତ୍ର ୩୯ ବର୍ଷ ବୟସରେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ଏହାପରେ ୧୯୯୮ରେ ସେ ଦେଶର ସଲିସିଟର ଜେନେରାଲ ହୋଇଥିଲେ।
ଆଇନଜୀବୀ ଭାବେ କାମ କରୁଥିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓକଲାହୋମା ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଇନର ଶିକ୍ଷା ନେଇଥିଲେ। ଏଥିସହ ବମ୍ବେ ବିଶ୍ୱବିଦ୍ୟାଳୟର କମ୍ପ୍ୟାରେଟିଭ କନଷ୍ଟିଚ୍ୟୁସନାଲ ଲ’ର ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାମ କରିଥିଲେ।
୨୦୧୩ରେ ସେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ଏଠାରେ ୩ ବର୍ଷ କାମ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ତାଙ୍କୁ ପଦୋନ୍ନତି ମିଳିଥିଲା। ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୧୩ ଅକ୍ଟୋବର ୩୧ରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ୨୦୦୦ ମସିହା ମାର୍ଚ୍ଚ ୨୯ରୁ ବମ୍ବେ ହାଇକୋର୍ଟର ଜଣେ ବିଚାରପତି ଭାବେ କାମ କରୁଥିଲେ।
୧୯୯୮ ଜୁନ ମାସରେ ତାଙ୍କୁ ବମ୍ବେ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀର ମାନ୍ୟତା ମିଳିଥିଲା। ସେହିବର୍ଷ ସେ ଆଡିସନାଲ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ପାଇ ବିଚାରପତି ହେବା ଯାଏ ଏହି ପଦରେ ରହିଥିଲେ।
ନୂଆଦିଲ୍ଲୀରେ ଥିବା ସେଣ୍ଟ ଷ୍ଟେଫେନ କଲେଜରୁ ଅର୍ଥନୀତି ଅର୍ନସରେ ବିଏ ଡିଗ୍ରୀ ହାସଲ କରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କମ୍ପାସ ଲ’ ସେଣ୍ଟରରୁ ଏଲଏଲବି କରିଥିଲେ। ଆମେରିକାର ହାର୍ବାଡ ଲ’ ସ୍କୁଲରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଏଲଏଲଲ ଡିଗ୍ରୀ ଓ ଜୁରିଡିସିଆଲ ସାଇନ୍ସରେ ଡକ୍ଟରେଟ(ଔଝଊ) ହାସଲ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930