Indus Valley Times

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମୋକିମ, କହିଲେ-ପାର୍ଟି ନୁହେଁ, ମାଟି ବଡ଼

 Breaking News

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମୋକିମ, କହିଲେ-ପାର୍ଟି ନୁହେଁ, ମାଟି ବଡ଼

July 18
15:15 2022

ଭୁବନେଶ୍ବର ୧୮/୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।
ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ୍ । ଓଡିଆ ଭାବାବେଗ ଓ ଓଡିଆ ଝିଅକୁ ସମ୍ମାନ ଦେଇ ସେ ଭୋଟ୍ ଦେଇଥିବା କହିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ୍ ଦେଇଛି । ଯେହେତୁ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ, ଓଡିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ୍ ଦେଲି । କାହାକୁ ଭୋଟ୍ ଦେବାକୁ ଦଳର କୌଣିସ ହ୍ବିପ୍ ନଥିଲା । ମୁଁ ଓଡିଆ ହିସାବରେ ତାଙ୍କୁ ଭୋଟ୍ ଦେଇଛି ।
କିଛି ଦିନ ତଳେ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଦଳ ଯାହାକୁ କହିବ ତାଙ୍କୁ ଆମେ ସମର୍ଥନ କରିବୁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋଚ୍ଚ । ଦଳ ଯାହାକୁ କହିବ ସମର୍ଥନ ଲାଗି ଆମେ ତାକୁ ସମର୍ଥନ କରିବୁ । ସବୁଠୁ ଉପରେ ଦଳ ।
କିନ୍ତୁ ଆଜି ସେ ନିଜେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ମହମ୍ମଦ ମୋକିମ୍ । ସେ କଂଗ୍ରେସର ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।
ତେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ।
କଂଗ୍ରେସ ବିଧାୟକଙ୍କ ସହ ବୈଠକରେ ଏ ନେଇ ଆଲୋଚନା କରିଥିଲେ । କଂଗ୍ରେସର ସମସ୍ତ ଭୋଟ୍ ଯଶଓ୍ବନ୍ତଙ୍କୁ ଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ଯଶଓ୍ବନ୍ତ ସିହ୍ନା ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031