Indus Valley Times

ଦ୍ୱିତୀୟ ଦିନରେ ଶିକ୍ଷକ ଆନ୍ଦୋଳନ; ରାଜଧାନୀରେ ବାଲି ଯାତ୍ରା ଭ୍ରମ

 Breaking News

ଦ୍ୱିତୀୟ ଦିନରେ ଶିକ୍ଷକ ଆନ୍ଦୋଳନ; ରାଜଧାନୀରେ ବାଲି ଯାତ୍ରା ଭ୍ରମ

November 28
13:29 2022

ଭୁବନେଶ୍ୱର, ୨୮/୧୧: ଆଜି ଦ୍ୱିତୀୟ ଦିନରେ ପହଁଞ୍ଚିଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳ । ୩ଦଫା ଦାବି ନେଇ ୩୦ଟି ଜିଲ୍ଲାରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଜାରି ରହିଛି । ପ୍ରାଥମିକ ଶିକ୍ଷକରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଚେଦ ସହ ୨୦୦୧ରୁ ନିଯୁକ୍ତି ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକା ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦ୍ରୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ । ଏଥସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନା ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତି କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଚେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି । ଏହି ୩ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ଏବଂ ରାଜଧାନୀ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରଖିବେ ବୋଲି ସୋମବାର ଦିନ ଶିକ୍ଷକ ନେତାମାନେ ଚେତାବନି ଦେଇଛନ୍ତି ।
୩୦ଟି ଜିଲ୍ଲାରୁ ପାଖାପାଖି ଦେଢ଼ ଲକ୍ଷ ପ୍ରାଥମିକ ଶିକ୍ଷକ ଏହି ଆନ୍ଦୋଳନ ଯୋଗ ଦେଇଛନ୍ତି । ଶିକ୍ଷକଙ୍କ ଆନ୍ଦୋଳରେ ରାଜଧାନୀ ଭୁବନେଶ୍ୱରର ଗାନ୍ଧିମାର୍ଗ ରାସ୍ଥା ବାଲିଯାତ୍ରା ଭଳି ଭ୍ରମ ସୃଷ୍ଠି କରିଛି । ପୁର୍ବ ଘୋଷଣା ଆନୁଯାୟୀ, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘଙ୍କ ନୂତନ ପେନ୍‌ସନ୍ ଯୋଜନାରେ ଅନ୍ତଭୁକ୍ତ ଡାକରାରେ ସାରା ରାଜ୍ୟରୁ ଟ୍ରେନ୍‌, ବସ ଯୋଗେ ରବିବାର ଦିନ ଭୁବନେଶ୍ୱରରେ ପହଁଞ୍ଚିଥିଲେ ପ୍ରାଥମିକ ଶିକ୍ଷକ । ସୋମବାର ଦିନ ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଏକପ୍ରକାର ଅଚଳ ହୋଇଯାଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀ ଶୋଭାଯାତ୍ରା କରି ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ସେଠାରେ ବିଶାଳ ସଭା ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031