Indus Valley Times

ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

 Breaking News

ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ
April 05
15:38 2022

ଭୁବନେଶ୍ବର, ୫/୪: ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏକ ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଘଟଣା ରାଜଧାନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ସେଥିରେ ଥିବା ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ।
ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏଥିରୁ ଜଣାଯାଇଛି ଯେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଛନ୍ତି। ଏହା ପରେ ଏଟିଏମ୍ ଭିତରେ ଥିବା ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାର ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031