Indus Valley Times

ଧବଳେଶ୍ୱର ପୀଠରେ ଲାଗୁ ହେଲା ୧୪୪ ଧାରା

 Breaking News

ଧବଳେଶ୍ୱର ପୀଠରେ ଲାଗୁ ହେଲା ୧୪୪ ଧାରା

October 31
18:56 2022

କଟକ,୩୧/୧୦: ଗୁଜୁରାଟରେ ଝୁଲା ପୋଲ ଟ୍ରାଜେଡି ପରେ ଚେତିଛନ୍ତି ରାଜ୍ୟ ସରକାର ଜ୍ଝ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରାଯାଇଛି।
ଡ଼ଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ନଦୀ ପାରି କରାଇବା ସମ୍ଭବପର ନ ହେବାରୁ ୧୪୪ ଧାରା ଲାଗୁ କରାଯିବା ସହ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ବିଶେଷଜ୍ଞ ଟିମ୍ର ଅନୁଧ୍ୟାନ ପରେ ତୁରନ୍ତ ଝୁଲା ବ୍ରିଜ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଥିବାର ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ଜ୍ଝ ତେବେ ଆଜି ସକାଳେ ଝୁଲା ପୋଲରେ ଯାତାୟତ କଟକଣା ଜାରି କରାଯାଇଥିଲା।
ସୂଚନା ଅନୁଯାୟୀ, ଗୁଜୁରାଟ ଝୁଲା ପୋଲ ଟ୍ରାଜେଡ଼ି ପରେ ଜିଲ୍ଲା ପ୍ରଶାସନ ଚେତିଥିଲା। ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଥିବାବେଳେ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଆଉ ଏସବୁକୁ ଦୃଷ୍ଟିରେ ରଖି ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି ସମେତ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜି ସକାଳ ସମୟରେ ଝୁଲା ପୋଲରେ ଯାତ୍ରା କଟକଣା କରାଯାଇଥିଲା। ପୂର୍ବରୁ ଥରକେ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ସକାଳେ ଏହାକୁ ୨୦୦କୁ କମାଇ ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031