Indus Valley Times

ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା, ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ହେବେ ମୁତୟନ

 Breaking News

ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା, ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ହେବେ ମୁତୟନ

October 06
10:29 2022

ଭୁବନେଶ୍ୱର,୬/୧୦: ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଟ୍ବିନ ସିଟିରେ ବ୍ୟାପକ ଆୟୋଜନ । ଘଣ୍ଟ ଘଣ୍ଟା ସହ ପାରମ୍ପରିକ ବାଦ୍ୟରେ ଦୁଲୁକିବ ଟ୍ବିନ୍ ସିଟି ।
ତେବେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭୁବନେଶ୍ବରରେ ୩ଟି ଭସାଣୀ କମିଟି ରହଛି । ସମସ୍ତ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
୩ ଜଣ ଅତିରିକ୍ତ ଡିସିପି ଭସାଣୀ ଦାୟିତ୍ୱ ରେ ରହିବେ ଏବଂ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031