Legatus

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ବନ୍ଧା ହେଲେ ୧୦ ଅଭିଯୁକ୍ତ

 Breaking News

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ବନ୍ଧା ହେଲେ ୧୦ ଅଭିଯୁକ୍ତ

November 21
17:38 2024

ଯାଜପୁର,୨୧/୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ୧୦ଜଣଙ୍କୁ ଗିରଫ କରିଛି। ପୋଲିସ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ଜଣ ଗିରଫ କରାଯାଇଛି।
ଅନ୍ୟପକ୍ଷେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ବିଧାୟକ ହିମାଂଶୁ ଅଭିଯୋଗ କରିଛନ୍ତି। ହିମାଂଶୁଙ୍କ ଅଭିଯୋଗ ମୁତାବକ, ବୁଧବାର ଡିଡିଏମ୍‌ଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲେ।
ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକା କରିଥିଲେ। ରାସ୍ତା ବନ୍ଦ ଥିବାରୁ ଗାଡ଼ି ଅଟକି ରହିଥିଲା, ଏତିକି ବେଳେ କିଛି ଲୋକ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ, ଠେଙ୍ଗା ଥିଲା।
ଏଥିରେ ସେମାନେ ମୋ ଗାଡ଼ିକୁ ପିଟିଥିଲେ। ଏହାପରେ ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ସମସ୍ତେ ମିଶି ମୋତେ ପିଟି, ମୋ ଚେନ ଛିଡ଼ାଇ ନେଇଥିଲେ। ଆକ୍ରମଣ କରିବା ସମୟରେ ସେମାନେ ବବି ଭାଇ ଜିନ୍ଦାବାଦ କହି ନାରା ଦେଇଥିଲେ।
ବିଧାୟକ ହିମାଂଶୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଥିଲେ, ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ସେ କହିଛନ୍ତି ‘ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଘଟଣାକୁ ନିନ୍ଦା କରୁଛି।
ତେବେ ମୁଁ ଘଟଣାସ୍ଥଳରେ ନ ଥିଲି, ବିରଜା ପ୍ରକଳ୍ପକୁ ନେଇ ରାସ୍ତାରୋକୋ ହୋଇଥିଲା। ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଛି। ବିଧାୟକଙ୍କୁ ବବିଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930