Indus Valley Times

ଧାମନଗରରେ ବିଜେପି ଜିତିଲା, ଉପନିର୍ବାଚନ ଜିତିଲେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ

 Breaking News

ଧାମନଗରରେ ବିଜେପି ଜିତିଲା, ଉପନିର୍ବାଚନ ଜିତିଲେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ

ଧାମନଗରରେ ବିଜେପି ଜିତିଲା, ଉପନିର୍ବାଚନ ଜିତିଲେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ
November 06
18:21 2022

ଭୁବନେଶ୍ୱର,୬/୧୧: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ସହ ନିଜ ନାଁରେ ନୂଆ ନିର୍ବାଚନୀ ରେକର୍ଡ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି ।
ବିଜେଡିର ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୮ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂରଜ ପ୍ରଥମ ।
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବିଜେପିର ସୂରଜଙ୍କୁ ମୋଟ ୮୦୩୫୧ଟି (୪୯.୦୯%) ଭୋଟ୍ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁୁ ୭୦୪୭୦ଖଣ୍ଡ (୪୩.୦୫%)ଭୋଟ୍ ମିଳିଛି ।
ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ଖଣ୍ଡ(୨.୧୮%) ଭୋଟ୍ ମିଳିଛି । ତେବେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ଖଣ୍ଡ (୪.୯୮%) ଭୋଟ୍ ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ୍ ପଡ଼ିଛି । ଧାମନଗର ଉପନିର୍ବାଚନ ପାଇଁ ମୋଟ ୧ଲକ୍ଷ ୬୩ହଜାର ୧୬୪ଟି ଭୋଟ୍ ଇଭିଏମ୍ ମାଧ୍ୟମରେ ମିଳିଥିଲା । ସେହିପରି ୭୮୩ ଖଣ୍ଡ ଭୋଟ୍ ନାକାଚ୍ ହୋଇଛି ।ଇୟଗ୍ଦ ଭଚ୍ଚ
୫୧୮ଟି ଭୋଟ୍ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମିଳିଥିବାବେଳେ ସେଥିରୁ ସର୍ବାଧିକ ବିଜେପି ପ୍ରାର୍ଥୀ ସୂରଜଙ୍କ ସପକ୍ଷରେ ୨୬୧ଟି ପଡ଼ିଥିବାବେଳେ ବିଜେଡିର ଅବନ୍ତୀଙ୍କୁ ୧୮୨ଟି, କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୨୮ଟି, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ୩୧ଟି, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନଙ୍କୁ ୧୫ଟି ଓ ନୋଟାରେ ୧ଟି ପଡ଼ିଛି ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ୨୦୦୯ ମସିହାରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ନଗଠନ ହେବା ପରଠୁ କୌଣସି ପ୍ରାର୍ଥୀ ଏତେ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇନଥିଲେ । ବିଜେପିର ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟ୍ ବ୍ୟବଧାନରେ ଚଳିତ ଉପନିର୍ବାଚନରେ ବିଜୟୀ ହୋଇଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୪୯୪୪ଖଣ୍ଡ ଭୋଟରେ ତାଙ୍କ ପିତା ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିଲେ ।
ସେହିପରି ୨୦୧୪ ବିଧାନସଭାରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ୯୧୯୨ଖଣ୍ଡ ଭୋଟ୍ ବ୍ୟବଧାନରେ ସୂର୍ଯ୍ୟବଂଶୀ ସୂରଜଙ୍କ ପିତା ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ତାଙ୍କ ପିତା ବିଷ୍ଣୁ ସେଠୀ ୪୬୨୫ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031