Indus Valley Times

ଧାମନଗର ବିଧାୟକ ଭାବେ ସପଥ ନେଲେ ସୁର୍ଯ୍ୟବଂଶୀ ସୂରଜ

 Breaking News

ଧାମନଗର ବିଧାୟକ ଭାବେ ସପଥ ନେଲେ ସୁର୍ଯ୍ୟବଂଶୀ ସୂରଜ

ଧାମନଗର  ବିଧାୟକ ଭାବେ ସପଥ ନେଲେ ସୁର୍ଯ୍ୟବଂଶୀ ସୂରଜ
November 09
16:38 2022

ଭୁବଦେଶ୍ୱର, ୯/୧୧: ଧାମନଗର ବିଧାୟକ ହେଲେ ସୂର୍ଯ୍ୟବଂଶୀ ସୂରଜ । ବୁଧବାର ଦିନ ବିଧାନସଭାର ବାଚଷ୍ପତି ବିକ୍ରମ ଆରୁଖ ସୂର୍ଯ୍ୟବଂଶୀଙ୍କୁ ପଦ ଓ ଗୋପନୀୟତାର ସପଥ ପାଢ଼ କରାଇଛନ୍ତି । ଆଜିଠାରୁ ବିଧିବଦ୍ଧ ଭାବେ ସୂରଜ ବିଧାୟକ ଭାବେ କର୍ଯ୍ୟଭାର ସମ୍ଭାଳିଛନ୍ତି ।
ଶପଥ ଗ୍ରହଣ ପୂର୍ବରୁ ସେ ଭୁବନେଶ୍ୱର ପାର୍ଟି ଅଫିସ ଯାଇଥିଲେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଠାରେ ସେ କହିଥିଲେ, ତାଙ୍କ ବିଜୟ ହେଉଛି ଧାମନଗରବାସୀଙ୍କ ବିଜୟ। ଧାମନଗରବାସୀଙ୍କ ବିକାଶ ଓ ଦଳ ପାଇଁ ସେ ଗୁଣ୍ଡୁଚି ମୁଷା ଭଳି କାମ କରିବେ। ଧାମନଗର ଉପନିର୍ବାଚନରେ ପ୍ରାୟ ୯ ହଜାର ଭୋଟରେ ସୂର‌୍ୟ୍ୟବଂଶୀ ବିଜୟୀ ହୋଇଛନ୍ତି। ତାଙ୍କ ବାପା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ଆସନ ଖାଲି ପଡ଼ିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031