Indus Valley Times

ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି କଟକ, ୩ ଲକ୍ଷର ଭେଜାଲ୍ ଔଷଧ ଜବତ

 Breaking News

ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି କଟକ, ୩ ଲକ୍ଷର ଭେଜାଲ୍ ଔଷଧ ଜବତ

September 19
15:24 2022

କଟକ, ୧୯/୯: କଟକରୁ ପୁଣି ତିନି ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି। ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ଔଷଧ ଜବତ କରିଛି ପୁରୀଘାଟ ଥାନା ପୁଲିସ।ଭି ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ଭି ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲଙ୍କୁ ଗିରଫ କରାଯାଇଛି। ଜବତ ଔଷଧ ରକ୍ତଚାପ ରୋଗୀ ଖାଉଥିବା ଟେଲମା ଫର୍ଟି ଓ ଟେଲମା ଏ ଏମ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ନକଲି ଉଚ୍ଚ ରକ୍ତଚାପ ଔଷଧ କାରବାରରେ ସଂପୃକ୍ତ ଦୁଇ ଔଷଧ ମାଫିଆ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ଜବତ କରିଛି ପୁରୀଘାଟ ଥାନା ପୁଲିସ। ରାଜ୍ୟ ବାହାରୁ ନକଲି ଔଷଧ ଆମଦାନୀ କରି ଓଡ଼ିଶାରେ ଯେଉଁ କାରବାର ହୋଇଥିଲା, ସେହି ଟଙ୍କା ପୁଲିସ ଜବତ କରିବା ପରେ ଓଡ଼ିଶାରେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଅନ୍ୟ ଡିଲରମାନେ ଆତଙ୍କିତ ହୋଇଯାଇଛନ୍ତି। ଅନ୍ୟପଟେ ଏହି ଦୁଇଜଣଙ୍କୁ ପୁରୀଘାଟ ଥାନା ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା। ଏସ୍ଡିଜେଏମ୍ଙ୍କ କୋର୍ଟରେ ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ଦୁଇ ଦିନ ପାଇଁ ଅନୁମତି ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031