Indus Valley Times

ନବନିର୍ବାଚିତ ମେୟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ- ନିଜ ସହରକୁ ଶ୍ରେଷ୍ଠ କର

 Breaking News

ନବନିର୍ବାଚିତ ମେୟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ- ନିଜ ସହରକୁ ଶ୍ରେଷ୍ଠ କର

ନବନିର୍ବାଚିତ ମେୟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ- ନିଜ ସହରକୁ ଶ୍ରେଷ୍ଠ କର
April 25
17:31 2022

ଭୁବନେଶ୍ୱର, ୨୫/୪: ନବ ନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନବୀନ । ପୌରଶାସନ ଏବଂ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଜଣାଇବା ପାଇଁ ଆୟୋଜିତ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି କର୍ମଶଳାରେ ନିଷ୍ଠାର ସହିତ କାମ କର, ଲୋକଙ୍କ ସହିତ ରୁହ ଏବଂ ସମସ୍ୟା ସମାଧାନ ଉପରେ ଗୁରତ୍ବ ଦେବା, ୫ଟି ନିୟମକୁ ସବୁ କ୍ଷେତ୍ରରେ ଲାଗୁ କରିବାକୁ ମେୟର ଏବଂ ପୌର ଅଧ୍ୟକ୍ଷଙ୍କୁ ପରାର୍ମଶ ଦେଇଛନ୍ତି ନବୀନ ।
ଲୋକସେବା ଭବନ ସମ୍ମିଳନୀରେ କକ୍ଷରେ ନବ ନିର୍ବାଚିତ ହୋଇଥିବା ମେୟର ଏବଂ ପୌରଧ୍ୟକ୍ଷ ମାନଙ୍କୁ ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି ବିଷୟରେ ଜଣାଇବା ପାଇଁ ଆୟୋଜିତ କର୍ମଶଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କର୍ମଶଳାକୁ ଉଦଘାଟନ କରି ମେୟର ଏବଂ ପୌର ଅଧ୍ୟକ୍ଷ ମାନଙ୍କୁ ପରାର୍ମଶ ଦେଇ କହିଛନ୍ତି ଯେ ନିଜ ନିଜ ସହରକୁ ଶ୍ରଷ୍ଠ କରିବାକୁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର ।
ଲୋକଙ୍କ ସାଥିରେ ରୁହ, ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର । ସହରାଞ୍ଚଳ ବିକାଶରେ ୫ଞ କ୍ଟ୍ରକ୍ସସଦ୍ଭମସକ୍ଟ୍ରକ୍ଷରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫ଞ କ୍ଟ୍ରକ୍ସସଦ୍ଭମସକ୍ଟ୍ରକ୍ଷରକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର‌୍ୟ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ।
ଜାଗା ମିଶନ ବିକାଶ ମୁଖୀ ଦେଶମାନଙ୍କ ପାଇଁ ଏକ ମଡେଲ ହୋଇଛି। ସେହିପରି ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟ କାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ସହିତ ପରିମଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି କର୍ମଶାଳାରେ ଯୋଗ ଦେଇଥିବା ଭୁବନେଶ୍ବର ଏବଂ କଟକ ମେୟର ।
ଆସନ୍ତା କାଲି ଶେଷ ହେବ ଏହି କର୍ମଶାଳା। ଏହି ଦୁଇଦିନରେ ମେୟର ଏବଂ ପୌରଧ୍ୟାକ୍ଷ ମାନଙ୍କୁ ସରକାରୀ ଯୋଜାନା କାର‌୍ୟ୍ୟକାରୀ କରିବା ସହିତ ସରକାରଙ୍କ ଲକ୍ଷ୍ୟ ବିଷୟରେ ଅବଗତ କରାଇବା ଏହି କର୍ମଶଳାର ମୂଳ ଲକ୍ଷ୍ୟ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30