Indus Valley Times

ନବରଙ୍ଗପୁର : ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨

 Breaking News

ନବରଙ୍ଗପୁର : ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨

ନବରଙ୍ଗପୁର : ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨
November 12
22:15 2022

ପ୍ରିତିଶ ଚନ୍ଦ୍ରଙ୍କ ରିପୋର୍ଟ
ନବରଙ୍ଗପୁର, ୧୨/୧୧ : ନବରଙ୍ଗପୁର ଆପ୍ର- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୨ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେ ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୪,୦୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି ।
ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନରାନୀ ମିଶ୍ର ୧୧ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି । ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ୫ ଟି ବ୍ୟ।ଙ୍କ ଋଣ ଦେୟ ସମ୍ବଦ୍ଧିୟ ବିବାଦ ର ଫଇସଲା କରି ଟ.୫,୪୫,୨୩୩/- ଟଙ୍କା ରୁଣ ଆଦାୟ କରିଛନ୍ତି ଓ ୪ ଟି ଦେବାନି ମକଦ୍ଦମା ସମାଧାନ କରିଛନ୍ତି ।
ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା ୧୦୨ ଟି ଫୌଜଦାରୀ ମକଦ୍ଦମା ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଆର‌୍ୟ୍ୟବାଲା ତ୍ରିପାଠୀ ୭ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୧୮୭ ଗୋଟି କୋର୍ଟ କେସ ଓ ୨୩୯୮ ଗୋଟି ରାଜସ୍ୱ କେସ ର ଫଇସଲା କରାଯାଇଛି ଓ ବ୍ୟାଙ୍କର ୩ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୮୭,୦୦୦/- ରୁଣ ଆଦାୟ କରାଯାଇଛି।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ଶ୍ରୀମତୀ ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031