Indus Valley Times

ନଭେମ୍ବର ୬ରେ ପାଳନ ହେବ ବଡ଼ଓଷା, ୭ ତାରିଖ ସୋମବାର ସକାଳେ ମିଳିବ ଗଜଭୋଗ

 Breaking News

ନଭେମ୍ବର ୬ରେ ପାଳନ ହେବ ବଡ଼ଓଷା, ୭ ତାରିଖ ସୋମବାର ସକାଳେ ମିଳିବ ଗଜଭୋଗ

September 23
16:22 2022

ଆଠଗଡ଼,୨୩/୯: ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା।
ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ପୂଜକ ସମିତି ସଭାପତିଙ୍କ ସୂତ୍ରରୁ ମିଳିଥିବା ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର‌୍ୟ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ଏହାପରେ ନଭେମ୍ବର ୪ରୁ ୮ ତାରିଖ ପର‌୍ୟ୍ୟନ୍ତ ପଞ୍ଚକ ବ୍ରତ ପାଳନ ହେବ। ନଭେମ୍ବର ୬ ତାରିଖ ରବିବାର ବଡ଼ଓଷା ପଡ଼ିବ। ନଭେମ୍ବର ୬ରେ ବଡ଼ ଓଷା ହେବା ସହ ୭ ସୋମବାର ସକାଳେ ଗଜଭୋଗ ମିଳିବ ।
ସୂଚନାଯୋଗ୍ୟ, ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ରତି ବର୍ଷ ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣମୀରେ ଅସମ୍ଭବ ଭିଡ଼ ଜମେ। ରାଜ୍ୟର ଦୂରଦୂରାନ୍ତର ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଏଠାକୁ ଆସିଥାନ୍ତି। କରୋନା ପାଇଁ ଗତ ୨ ବର୍ଷ ହେବ ପଞ୍ଚକ ପାଳନ ବେଳେ ଧବଳେଶ୍ୱର ପୀଠ ଖାଁ ଖାଁ ରହିଥିଲା। ଚଳିତ ବର୍ଷ ପୁଣି ଥରେ ପୀଠ ଚଳଚଞ୍ଚଳ ହେବ ବୋଲି ଆଶା ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031