Indus Valley Times

ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର

 Breaking News

ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର

November 06
11:17 2023

ସୁନ୍ଦରଗଡ଼,୬/୧୧: ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ। ଆହତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଶିବାଜୀ ଲାକ୍ରା ତାଙ୍କ ସ୍ତ୍ରୀ ଅନିତା ଲାକ୍ରା ଏକ ଘର ଭଡ଼ା ନେଇ ବଣାଇ ଥାନା ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ। ଶିବାଜୀ OMCରେ କାମ କରନ୍ତି। ଗତକାଲି ହଠାତ୍ ଶିବାଜୀ ଓ ତାଙ୍କ ସ୍ତ୍ରୀଙ୍କର ଘରୁ ଚିତ୍କାର ଶୁଭିଥିଲା। ସ୍ଥାନୀୟ ଲୋକେ ସେମାନଙ୍କ ପାଟି ଶୁଣି ଦୌଡ଼ି ଯାଇଥିଲେ। ଶିବାଜୀ ତାଙ୍କ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିବା ଦେଖିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତେବେ ଦମ୍ପତିଙ୍କ ଦେହରେ ନିଆଁ କିପରି ଲାଗିଲା, ତାର କାରଣ ଜଣାପଡ଼ିନାହିଁ। ଅନିତା ରୋଷେଇ କରୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଶିବାଜୀଙ୍କ ଦେହରେ ନିଆଁ ଲାଗି ଯାଇଥିବା ବୋଲି ସୂଚନା ରହିଛି। ତେବେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031