Indus Valley Times

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

 Breaking News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
August 11
23:04 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୧୧/୮ : ବୌଦ୍ଧଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ତିନି ଦଫା ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।
ସୂଚନା ମତେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ପ୍ରଥା ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା ସହାୟକ ଓ ଶିକ୍ଷାକର୍ମୀ ଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟଣ୍ଟପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଗଣ ଶିକ୍ଷକଙ୍କୁ ଏକ୍ସ କ୍ୟାଡର ଉଚ୍ଛେଦ କରି ଏଲିମେଣ୍ଟରୀ କ୍ୟାଡର ଭୂକ୍ତ କରାଯାଉ, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ ।
ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷାନିତିକୁ ପ୍ରଣୟନ କରି ତଦାନୁଯାଇ କାର୍ଯ୍ୟ କରାଯାଉଥିବାରୁ ତଥା ମୂଳ ପଦବିର ଯୋଗ୍ୟତା ରେ ପରିବର୍ତ୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ମୂଳ ବେତନ ଲେବୁଲ -୯ କେନ୍ଦ୍ରୀୟ ହାରରେ ଗ୍ରେଡ ପେ ୪୨୦୦ କରାଯାଉ, ନୂତନ ପେନସନ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରାଯାଉ ଆଦି ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । କାର୍ଯ୍ୟକ୍ରମରେ ଦିଲ୍ଲିପ ପ୍ରଧାନ,ଶମ୍ଭୁ ପ୍ରସାଦ ଗିରି,ଶିଶିର ଖଟୁଆ,ବିରେନ ଦାଶିଆ,ମହେଶ ସେଠୀ, ନିଳାଞ୍ଚଳ ପାଢୀ, ସୁବାସ ପ୍ରଧାନଙ୍କ ସମେତ ଶତାଧିକ ଶିକ୍ଷକ ସାମିଲଥିଲେ ।
ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ମାମଲା :ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ, ବାପା ଓ ମାଆ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ;୧୧/୮: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱେଶାଲ ଜଜ ଗୁରୁବାର ଦିନ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ବାପା ଓ ମାଆକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଜିଲ୍ଲାର ଧଧଲାପଡା ଗ୍ରାମର ଜଣେ ନାବାଳିକାକୁ ତାଙ୍କ ଗ୍ରାମର ଲକ୍ଷୀନ୍ଦ୍ର ମଲିକ ଘରେ କେହି ନଥିବା ସୁଯୋଗ ନେଇ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ରଖିଥିଲା ।
ଏକଥା କାହାକୁ କହିଲେ ଜୀବନରେ ମାରିଦେବାର ଧମକ ଦେଇଆସୁଥିଲା । ଯେତେବେଳେ ନାବାଳିକା ଜଣକ୫ ମାସର ଗର୍ଭବତୀ ହେଲା ଏନେଇ ନାବାଳିକାର ବାପା ଅଭିଯୁକ୍ତ ଲକ୍ଷୀନ୍ଦ୍ର ଘରକୁ ଯାଇ ତାକୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ କହିବାରୁ ଲକ୍ଷିନ୍ଦ୍ର ଓ ତାଙ୍କ ବାପା ସତ୍ୟନାରାୟଣ ମଲିକ ଓ ମାଆ ସରୋଜିନି ମଲିକ ଗାଳି ମନ୍ଦ କରିବା ସହିତ ପିଟାମରା କରିଥିବା ନେଇ ଗତ ୨.୮.୨୦୧୨ ତାରିଖରେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ବୌଦ୍ଧ ଥାନାରେ କେସ ନଂ ୧୩୮/୨୦୧୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲରେ ସ୍ୱେଶାଲ କେସ ନଂ ୧୫/୧୩ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ବିଚାରପତି ପ୍ରମାଣ ଥିବା ନେଇ ଅଭିଯୁକ୍ତ ଲକ୍ଷୀନ୍ଦ୍ର ମଲିକକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବା ସହ, ସତ୍ୟନାରାୟଣ ମଲିକ ଓ ସରୋଜିନି ମଲିକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଧୁରୀଣ କୁମାର ଦେହୁରୀ ପରିଚାଳନା କରୁଥିଲେ ।
ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲ୍ଲା ସମ୍ବର୍ଦ୍ଧିତ କଲେ

ବୌଦ୍ଧ,୧୧/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ଠାରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲ୍ଲା କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବ ସହ ପୁରସ୍କାର ଗ୍ରହଣ କରିଛନ୍ତି । ଜମିଜମା ରେକର୍ଡ଼ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟଭାବେ ମାନ୍ୟତା ମିଳିଛି ।
ସେହିପରି ଦେଶର ୬୮ଟି ପୁରସ୍କୃତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲା ସମତେ ଅନ୍ୟ ଜିଲ୍ଲାଗୁଡ଼ିକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ୫ ଟି ସଚିବ ଭିକେ ପାଣ୍ଡିଆନ ଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ କ୍ଷ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପଟ୍ଟନାୟକ ଙ୍କ ପରଲୋକ
ବୌଦ୍ଧ;୧୧/୮: ବୌଦ୍ଧରେ ସୁନାମ ଅର୍ଜନ କରି ଅବସର ଗ୍ରହଣ କରିଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପଟ୍ଟନାୟକ ଙ୍କ ଗତ ରାତିରେ ଭୁବନେଶ୍ୱର ବାସଭବନରେ ପରଲୋକ ହୋଇଯାଇଛି କ୍ଷ
ବୌଦ୍ଧରେ ଆଜି ଖବର ପ୍ରଚାର ହେବାପରେ ତାଙ୍କର ସହକର୍ମୀ, ଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ପ୍ରଧାନ ଶିକ୍ଷୟିତ୍ରୀ କାର୍ଯ୍ୟ ସୁଚାରୁରୂପେ କରି ୧୯୯୬ ମସିହାରେ ଅବସର ଗ୍ରହଣ କରିଥିଲେ ।
ତାଙ୍କୁ ମୃତ୍ୟୁ ବେଳକୁ ୮୫ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ତାଙ୍କ ସହିତ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଏବଂ ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିଭାଇଥିବା ପ୍ରଭାତୀ ଦେଇ, ଉର୍ମିଳା ସାହୁ , ପ୍ରମିଳା ପଟ୍ଟନାୟକ, ସୀତା ପଟ୍ଟନାୟକ, ବୀଣାପାଣି ମହାପାତ୍ର, ପ୍ରମିଳା ବେହେରା, ସ୍ନେହଲତା ପୁରୋହିତ ତାଙ୍କର ଆତ୍ମାର ସତଗତି କାମନା କରି ଶୋକ ପ୍ରକାଶ କରିଛନ୍ତି ।
ତିନି ମାସର ରାସନ ଚାଉଳ ନ ପାଇବାରୁ ଜାତୀୟ ରାଜପଥ ଅବରୋଧ : BDO ଙ୍କ ପ୍ରତିଶୃତି ପରେ ସ୍ୱାଭାବିକ ହେଲା ରାଜ ରାସ୍ତା…
ବୌଦ୍ଧ;୧୧/୮: ତିନି ମାସର ରାସନ ଚାଉଳ ନ ପାଇବାରୁ ୫୭ନଂ ଜାତୀୟ ରାଜପଥ ରୋକ କଲେ ଦୁଇଟି ଗ୍ରାମ ର ଗ୍ରାମବାସୀକ୍ଷ ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଞ୍ଚାୟତ ର ନୂଆପଡା ଓ ବାଲିପୁର ଦୁଇ ଗ୍ରାମବାସୀଙ୍କ ସୂଚନା ମତେ ପଞ୍ଚାୟତ ର ଅନ୍ୟ ସବୁ ଗ୍ରାମକୁ ସରକାରଙ୍କ ମାଗଣା ଚାଉଳ ତିନି ମାସର ଦେଇଥିବା ବେଳେ ଉକ୍ତ ଦୁଇଟି ଗାଁ ଏଥିରୁ ବାଦ ପଡିଛନ୍ତି!ବାରମ୍ବାର ପଞ୍ଚାୟତ କୁ ଯାଇ ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ର ଚାଉଳ ନ ପାଇ ନିରାଶ ହୋଇ ଫେରି ଥିଲେ କ୍ଷ
ଏବଂ ଘଟଣା କୁ ନେଇ ସ୍ଥନୀୟ ସରପଞ୍ଚ ଙ୍କୁ ଅଭିଯୋଗ ପରେ ମୁଁ ଚାଉଳ ଦେବିନି ମୋର କଣ କରିବ କର ବୋଲି ଓଲଟା ସରପଞ୍ଚ ଧମକ ଦେବାରୁ ଗୁରୁବାର ଦିନ ବାଧ୍ୟ ହୋଇ ନୂଆପଡା ଓ ବାଲିପୁର ର ପ୍ରାୟ ୧୩୦ଜଣ ରାସନ କାର୍ଡ ହିତାଧିକାରୀ ଚାଉଳ ପାଇନଥିବା ପ୍ରତିବାଦ ରେ ରାସନ କାର୍ଡ କୁ ହାତରେ ଧରି ନୂଆପଡା ଛକ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିବା ସହିତ ସରପଞ୍ଚ ଙ୍କ ଦବଙ୍ଗ ଗିରି ଚଳିବ ନାହିଁ ଏବଂ ଚାଉଳ ନପାଇବା ପଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ନାର ଦେଇଥିଲେ!ଏହି ପ୍ରତିବାଦ ରେ ରାଜ ରାସ୍ତା ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ ହେବା ସଂଙ୍ଗେ ସଂଙ୍ଗେ ଓ ଉଭୟ ପାର୍ଶ୍ୱ ରେ ଶହ ଶହ ଗାଡି ମଟର ଠିଆ ହୋଇ ରହିଥିଲା !ଘଟଣା ଟି ପ୍ରଘଟ ପରେ ବୌଦ୍ଧ ପିସିଆର ପହଂଚି ରାସ୍ତାରୋକ କୁ ଏଡାଇବାରେ ଅକ୍ଷମ ହେବାରୁ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଆସନ୍ତା କକ୍ଷଲି ଚାଉଳ ରୁ ବଞ୍ଚିତ ହିତାଧିକାରୀକୁ ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।
ଜାତୀୟ ରାଜପଥ ସୋଭାବିକ ହୋଇଥିଲା!କିନ୍ତୁ ଏଠାରେ ଆଉ ଏକ ଗୁମର ଉଠୁଛି ଯେ ଦୀର୍ଘ ୯ମାସ ଧରି ଉକ୍ତ ପଞ୍ଚାୟରେ ଯୋଗାଣ ସହାୟକ ନ ଥିବାରୁ ନିଜେ ସରପଞ୍ଚ ଓ ପୂର୍ବତନ ପଞ୍ଚାୟତ ଅଧିକାରୀ ମିଳିତ ଭାବେ ପଂଚାୟତ କୁ ଅକ୍ଷସୁଥୁବା ସମସ୍ତ ରାସନ ଚାଉଳ କୁ ବଣ୍ଟନ କରୁଥିଲେ ଓ ତନ୍ମଧ୍ୟ୍ୟରୁ ପ୍ରାୟ ୭୦ କୁଇଣ୍ଟାଲ ଚାଉଳ ହେର ଫେର ହୋଇ ଥିବାରୁ ଏହି ଦୁଇ ଟି ଗ୍ରାମକୁ ଚାଉଳ ଦେଇ ପାରିନଥିଲ ବୋଲି ଗ୍ରାମ ବାସୀଙ୍କ ଠାରୁ ଶୁଣିବାକୁ ମିଳିଥିଲା ।
ଏହାକୁ ତଦନ୍ତ କଲେ ସମସ୍ତ ରହସ୍ୟ ଲୋକଲୋଚନ କୁ ଆସିପାରିବ ବୋଲି ଜନମତ ପ୍ରକାଶ ପାଉଛି ! ଓଜନ ଠକି ୫୦କିଲୋ ଚାଉଳ କୁ ୪୮ କିଲୋ ଦିଆଯାଉଥିଲା ଏହି ୨କିଲୋ ଚାଉଳ ହେର ଫେର ଚାଉଳ କୁ ପୂରଣ କରିବା ପାଇଁ ଯୋଜନା କରୁଥିବାରୁ ଆଜି ଅଭିଯୋଗ ହିତାଧିକାରୀ ଚାଉଳ ରୁ ବଞ୍ଚିତ ଥିବା କୁହା ଯାଉଛି କ୍ଷ
ଅନ୍ୟ ପଟେ ଘଟଣା କୁ ନେଇ ସ୍ଥାନୀୟ ସରପଞ୍ଚ ଚନ୍ଦନା ବେହେରା ଙ୍କୁ ପଚାରିବାରୁ ପିଡ଼ିଏସ ଚାଉଳ ଙ୍କୁ ହିତାଧିକାରୀ ଙ୍କୁ ବଣ୍ଟନ କରିବା ଦାୟିତ୍ୱ ପିଇଓ ଓ ଯୋଗାଣ ସହାୟକ,ଙ୍କ ବୋଲି କହିଥିଲି! ଏଠାରେ ୯ମାସ ହେଲା ଯୋଗାଣ ସହାୟକ ଙ୍କୁ ଦାଇତ୍ୱ ରୁ କାଢି ଦିଆଯାଇଛି ,ଯାହାଫଳରେ ପିଇଓ ଓ ସରପଞ୍ଚ ଙ୍କ ତତ୍ୱାବଧାନ ରେ ସମସ୍ତ ହିତାଧିକାରୀ ଙ୍କୁ ପିଡ଼ିଏସ ଯୋଗାଇ ଦିଆଯାଉଥିଲା କ୍ଷ
କିନ୍ତୁ ବର୍ତମାନ ପଞ୍ଚାୟତ ରେ ନୂତନ ଭାବେ ଯୋଗ ଦେଇଥିବା ପିଈଓ ପିଡ଼ିଏସ ଦାୟିତ୍ୱ ନେଇଛନ୍ତି କ୍ଷ ଚଳିତ ମାସ କେତେ ଚାଉଳ ଉଠିଛି ତାର ସଠିକ ହିସାବ ମତେ ଦେଇନାହାନ୍ତି ବୋଲି ପିଇଓ ଙ୍କ ଠାରୁ ଶୁଣିବାକୁ ମିଳିଥିଲା କ୍ଷ ସେପଟେ ପୁଣି ପୂର୍ବ ଭଳି ନୂତନ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ ପିଡ଼ିଏସ ଚାଉଳ ମିଳିତ ଭାବେ ବାଣ୍ଟିଲେ ଜନ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ପଂଚାୟତ ର ବିଭିନ୍ନ ଗ୍ରାମରେ ଜନସାଧାରଣ ଙ୍କ ଠାରୁ ଶୁଣିବାକୁ ମିଳିଥିଲା!ତୁରନ୍ତ ହେର ଫେର ହୋଇ ଥିବା ଥିବା ଚାଉଳ କୁ ତଦନ୍ତ କରା ଯିବା ପାଇଁ ଗ୍ରାମ ବାସୀଙ୍କ ଅଭିଯୋଗ ହୋଇଥିଲା!

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031