Indus Valley Times

ନିଖୋଜ ଥିବା ୨୨ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନର ମିଳିଳା ଭଗ୍ନାଂଶ

 Breaking News

ନିଖୋଜ ଥିବା ୨୨ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନର ମିଳିଳା ଭଗ୍ନାଂଶ

May 29
17:17 2022

ନୂଆଦିଲ୍ଲୀ,୨୯/୫: ନେପାଳର କୋୱାଙ୍ଗରୁ ମିଳିଲା ୨୨ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନର ଭଗ୍ନାଂଶ। କିଛି ସମୟ ତଳେ ୨୨ଜଣ ଯାତ୍ରୀଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଥିଲେ।
ବିମାନରେ ଚାରିଜଣ ଭାରତୀୟ, ଦୁଇ ଜଣ ଜର୍ମାନ, ୧୩ ଜଣ ନେପାଳୀ ଯାତ୍ରୀ ଏବଂ ତିନିଜଣ ନେପାଳୀ କ୍ରୁ ସଦସ୍ୟ ଥିଲେ। କିଛି ଘଣ୍ଟା ଧରି ବିମାନର କୌଣସି ପତ୍ତା ମିଳିନଥିବା ବେଳେ ଏବେ ନେପାଳର କୋୱାଙ୍ଗରୁ ବିମାନର ଭଗ୍ନାଂଶ ମିଳିଛି। ତେବେ ଏପର‌୍ୟ୍ୟନ୍ତ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିପାରିନାହିଁ। ଖବର ମିଳିବା ପରେ ଏବେ ନେପାଳର ସ୍ଥଳସେନା ଓ ବାୟୁସେନା ଘଟଣାସ୍ଥଳକୁ ଯାଉଛନ୍ତି।
ସ୍ଥାନୀୟ ଲୋକେ ନେପାଳର ସ୍ଥଳସେନାକୁ ଦେଇଥିବା ସୂଚନା ମୁତାବକ, ବିମାନଟି ଲାମଚେ ନଦୀ ମୁହାଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସେନା ପହଞ୍ଚିବା ପରେ ମୃତାହତଙ୍କ ସଂଖ୍ୟା ଓ ଦୁର୍ଘଟଣାର କାରଣ ସାମ୍ନାକୁ ଆସିପାରିବ।
ଉଲ୍ଲେଖଯୋଗ୍ୟ, ‘ତାରା ଏୟାର୍’ର ୯ଏନ୍ଏଇଟି ଦ୍ବୈତ-ଇଞ୍ଜିନ୍ ଥିବା ବିମାନଟି ଆଜି ସକାଳ ୯.୫୫ରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାର୍ରୁ ଅଦୃଶ୍ୟ ହୋଇ ଯାଇଥିଲା। ନିରୁଦ୍ଦିଷ୍ଟ ବିମାନର ସନ୍ଧାନ କରିବା ଲାଗି ଗୋଟାଏ ହେଲିକପ୍ଟର୍କୁ ପଠାଯାଇଥିଲା।
ନିରୁଦ୍ଦିଷ୍ଟ ହୋଇଯାଇଥିବା ବିମାନଟିକୁ ଚଳାଉଥିବା ପାଇଲଟ୍ଙ୍କ ନାମ ପ୍ରଭାକରପ୍ରସାଦ ଘିମିରେ ବୋଲି ଜଣାପଡ଼ିଛି।
ଜିଲ୍ଲା ମୁଖ୍ୟ ଅଧିକାରୀ ନେତ୍ର ପ୍ରସାଦ ଶର୍ମା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି, ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମ୍ସୋମ୍ ଆକାଶରେ ଉଡୁଥିବାର ଦିଶୁଥିବା ବେଳେ ଧୌଳଗିରି ଶୃଙ୍ଗ ଆଡ଼କୁ ବୁଲି ଯାଇଥିଲା। ତା’ପରଠାରୁ ଉକ୍ତ ବିମାନ ସହିତ ଆଉ ଯୋଗଯୋଗ ସମ୍ଭବପର ହୋଇନଥିଲା। ହେଲେ ଏବେ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031