Indus Valley Times

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ

 Breaking News

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ

February 26
12:12 2023

ବଲାଙ୍ଗିର,୨୬/୨: ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ଝୁଲନ୍ତା ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣକ୍ଷ ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ ମୃତଦେହ ମିଳିଛି। ଆଜି ସକାଳେ ଲୋକେ ତାଙ୍କ ମୃତଦେହକୁ ଠାବ କରି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ସାବଲୀୟତଙ୍କ ମୃତଦେହ ଗଛରୁ ଏକ କଳା ରଙ୍ଗର ସ୍କାର୍ପରେ ଝୁଲି ରହିଥିଲା। ମୃତଦେହ ନିକଟରେ ଏକ ବ୍ୟାଗ ଥିଲା। ସେହିପରି ମୃତଦେହରୁ ଟିକେ ଦୂରରେ ତାଙ୍କ ବାଇକ୍ ରହିଥିଲା। ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ଜଣାପଡ଼ିନି। ପୁଲିସ୍ ମଧ୍ୟ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦେଇ ନାହିଁ।
ଗତ ୨୪ ତାରିଖରୁ ନିଖୋଜ ଥିଲେ ସାବଲୀୟତ ହରିପାଲ। ଏ ନେଇ ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ ଶାଖା ମ୍ୟାନେଜର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାବଲୀୟତଙ୍କ ଘର ବରଗଡ଼ ଜିଲ୍ଲା ପାଇକମାଳରେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031