Indus Valley Times

ନିରୋଗ ଜୀବନକୁ ବିଶ୍ୱାସ ଦେଉଛି ଯୋଗ, ଏହାକୁ ନିଜର କରିପାରିଲେ ଭଲ: ପ୍ରଧାନମନ୍ତ୍ରୀ ମୋଦୀ

 Breaking News

ନିରୋଗ ଜୀବନକୁ ବିଶ୍ୱାସ ଦେଉଛି ଯୋଗ, ଏହାକୁ ନିଜର କରିପାରିଲେ ଭଲ: ପ୍ରଧାନମନ୍ତ୍ରୀ ମୋଦୀ

ନିରୋଗ ଜୀବନକୁ ବିଶ୍ୱାସ ଦେଉଛି ଯୋଗ, ଏହାକୁ ନିଜର କରିପାରିଲେ ଭଲ: ପ୍ରଧାନମନ୍ତ୍ରୀ ମୋଦୀ
June 21
10:26 2022

ନୂଆଦିଲ୍ଲୀ, 21/6: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ ।

ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି। ଏହା ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି। ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ ।

 ଯୋଗ ବଳରେ ଆମେ ଆମର ସମସ୍ୟା ଦୂର କରିପାରିବା ।  ‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ ।

ଆଜି ଏହା ପ୍ରମାଣିତ ହୋଇଛି ।’ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  ଅବସରରେ ସମଗ୍ର  ଦେଶବାସୀଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ସମଗ୍ର ଦେଶରେ ବ୍ୟାପକ ଆୟୋଜନ କରାଯାଇଛି  । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ ପ୍ରଦର୍ଶନ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ  ବିଶ୍ୱ ଯୋଗ ଦିବସ କା~ðýକ୍ରମକୁ ଉଦଘାଟନ କରିଛନ୍ତି ।  ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ  ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯୋଗ  ଏକ ଆଧ୍ୟାତ୍ମିକ ଅଭ୍ୟାସ, ଯାହା ଶାନ୍ତି, ଆତ୍ମବିଶ୍ୱାସ ଓ ସାହସକୁ ପ୍ରୋତ୍ସାହିତ କରେ । ଶରୀର, ମନ ଓ ମସ୍ତିଷ୍କକୁ ସକାରାତ୍ମକ ମାର୍ଗରେ ନିୟନ୍ତ୍ରଣ କରେ ।

ଏହି ବାର୍ତ୍ତାର ପ୍ରଚାର ପ୍ରସାର ଅନ୍ତର୍ଜାତୀୟ ଯୋଗ ଦିବସର ଲକ୍ଷ୍ୟ ।  ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିଥିବା ସ୍ୱୀକୃତି ନିମନ୍ତେ  ଜାତିସଂଘକୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ମୋଦି। ଚଳିତ  ବର୍ଷ ଯୋଗଦିବସ କା~ðýକ୍ରମରେ ବିଶ୍ୱର ପ୍ରାୟ ୮୦ଟି ଦେଶ ସାମିଲ ହୋଇଛନ୍ତି ।

ସାମୂହିକ ଯୋଗ ଦିବସ ପାଳନ ପୂର୍ବର ଗାରିମାକୁ ମନେ ପକାଉଛି। ବିଶ୍ୱରେ ସୂ~ðýଙ୍କ ଆଗମନ ଅନୁସାରେ ଯୋଗ କାର୍ଯ୍ୟକ୍ରମ ହେଉଛି । ଏହା ମାନବ ଜାତିକୁ ବିଶେଷ ପ୍ରେରଣା ଯୋଗାଇ ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ଯୋଗ ଦିବସ ପାଳନ ଲାଗି ଆୟୂଷ ମନ୍ତ୍ରାଳୟ ପକ୍ଷରୁ ‘ଷ୍ଟାର୍ଟ ଅପ୍ ଯୋଗ’ ଆରମ୍ଭ ହୋଇଛି। ଏଥିନିମନ୍ତେ ମାର୍ଚ୍ଚ ୧୩ ତାରିଖରୁ ୧୦୦ ଦିନିଆ କାଉଣ୍ଟଡାଉନ୍‌ ଆରମ୍ଭ କରିଥିଲା । 

କାଉଣ୍ଟଡାଉନର ୨୫ ଦିନ,  ୫୦ ଦିନ ଓ ୭୫ ଦିନ ଯଥାକ୍ରମେ ହାଇଦ୍ରାବାଦ, ଆସାମର ଶିବଶାଗର ଓ ନୂଆଦିଲ୍ଲୀର ଲାଲକିଲ୍ଲାରେ ମହାସମାରୋହରେ ପାଳନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031