Indus Valley Times

ନିର୍ବାଚନ ପୂର୍ବ କଥା ରଖିବେ କି କଳିକେଶ ନାରାୟଣ ସିଂହଦେଓ  ?

 Breaking News

ନିର୍ବାଚନ ପୂର୍ବ କଥା ରଖିବେ କି କଳିକେଶ ନାରାୟଣ ସିଂହଦେଓ  ?

ନିର୍ବାଚନ ପୂର୍ବ କଥା ରଖିବେ କି କଳିକେଶ ନାରାୟଣ ସିଂହଦେଓ  ?
June 23
21:34 2024

Will Kalikesh honour pre-poll promises?

ପୁଇଁନ୍ତଲାରୁ ରାଜ କିଶୋର ପର୍ଡିଆ

ବଲାଙ୍ଗୀର, June 23:  ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ  ନିର୍ବାଚନ ପୂର୍ବରୁ ଏକ ସଂକଳ୍ପ ପତ୍ର ବଣ୍ଟନ କରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି।ସଂକଳ୍ପ ପତ୍ରରେ ଅନେକ ସମସ୍ୟାର ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇ ଯାଇଛନ୍ତି।ବର୍ତ୍ତମାନ ସମୟ ଆସି ଯାଇଛି।ସଂକଳ୍ପ ପତ୍ରରେ ଲେଖାଯାଇଥିବା ଅନେକ ସମସ୍ୟା ମଧ୍ୟରେ ସେ କେଉଁ କେଉଁ ସମସ୍ୟା ଉପରେ ସର୍ବପ୍ରଥମେ ଗୁରୁତ୍ଵ ଦେବେ ଏବଂ ଦେଇଥିବା ପ୍ରତିଶ୍ରୁତି ସମ୍ପାଦନ କରିବେ।ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିର୍ବାଚନ ଜିତିବା ପରେ ବଲାଙ୍ଗୀର କୁ ଏକ ମାସ ମଧ୍ୟରେ ଅପରାଧ ମୁକ୍ତ କରିବେ ବୋଲି ଦୃଢ଼ୋକ୍ତି ର ସହ ସମସ୍ତ ସଭା ସମିତି ରେ ଖୁଲମ୍ ଖୁଲ୍ଲା କହିଥିଲେ।

ତେବେ ବଲାଙ୍ଗୀର ସତରେ କଣ ଅପରାଧ ମୁକ୍ତ ହେବ ତ?ଦ୍ବିତୀୟତଃ ବିଧାୟକ କଳିକେଶ ଏବଂ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ପୂର୍ବରୁ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ବସି ନିର୍ବାଚନରେ ଜିତିଲେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସହ କଲ୍ୟାଣ ମଣ୍ଡପ କୁ ଲୋକନାଥ ମନ୍ଦିର ସହ ମିଶାଇବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ତେବେ ସମୟ ସୁଯୋଗ ଦେଖି ସଂକଳ୍ପ ଗୁଡ଼ିକୁ ପୂରଣ କଲେ ଲୋକଙ୍କ ର ବିଶ୍ୱାସ ଜିଣି ପାରିବେ ବୋଲି ଚର୍ଚ୍ଚା ହୁଏ।ଆଉ ମଧ୍ୟ ଚର୍ଚ୍ଚା ହୁଏ ବିଧାୟକ ସତରେ କଣ ସଂକଳ୍ପ ରକ୍ଷା କରିବେ ନା ଏହା ଏକ ନିର୍ବାଚନୀ ଧୁଆଁବାଣ।ତେବେ ଦେଖାଯାଉ ବିଧାୟକ କଳିକେଶ ନାରାୟଣ ସିଂହଦେଓ କଥା ଦେଇ କଥା ରଖୁଛନ୍ତି ନା ଓହରି ଯାଉଛନ୍ତି ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30