Indus Valley Times

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କା କୋଭିଡ ସହାୟତା ଘୋଷଣା କଲେ ରାଜ୍ୟ ସରକାର

 Breaking News

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କା କୋଭିଡ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କା କୋଭିଡ ସହାୟତା ଘୋଷଣା କଲେ ରାଜ୍ୟ ସରକାର
July 15
20:38 2021

ଭୁବନେଶ୍ୱର ୧୫/୭ : ରାଜ୍ୟର ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ମୋଟ ୩୮୫ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୨୬ ଲକ୍ଷ ନିର୍ମାଣ ଶ୍ରମିକ ଉପକୃତ ହେବେ । କରୋନା ମହାମାରୀ ସମୟରେ ନିର୍ମାଣ ଶ୍ରମିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
ଦୁର୍ଦ୍ଦିନରେ ଦିନ କାଟୁଥିବା ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ମୋଟ ୩୮୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସହାୟତା ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ନିର୍ମାଣ ଶ୍ରମିକ ଜଣେ ଜଣେ ବିଶ୍ୱକର୍ମା । ସେମାନଙ୍କ ଅବଦାନ ବେଶ ପ୍ରଶଂସନୀୟ । ତେଣୁ ଏଭଳି ଦୁଃସ୍ଥିତିରେ ସେମାନଙ୍କୁ ସହାୟତା କରାଯିବା ନିହାତି ଆବଶ୍ୟକ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031