Indus Valley Times

ନିଷ୍ଠୁର ଆଚରଣ ଭାରି ପଡିଲା: ସନ୍ଦିଗ୍ଧଙ୍କୁ ଗିରଫ କରିବାକୁ ନିଷ୍ଠୁର ଆଚରଣ ପ୍ରଦର୍ଶନ କରି ନିଲମ୍ବନ ହେଲେ ୩ ଆମେରିକୀୟ ପୁଲିସ

 Breaking News

ନିଷ୍ଠୁର ଆଚରଣ ଭାରି ପଡିଲା: ସନ୍ଦିଗ୍ଧଙ୍କୁ ଗିରଫ କରିବାକୁ ନିଷ୍ଠୁର ଆଚରଣ ପ୍ରଦର୍ଶନ କରି ନିଲମ୍ବନ ହେଲେ ୩ ଆମେରିକୀୟ ପୁଲିସ

August 22
13:52 2022

ନୂଆଦିଲ୍ଲୀ,୨୨/୮: ଜଣେ ସନ୍ଦିଗ୍ଧଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ଦେଇ ତାଙ୍କୁ ଆଣ୍ଠୁରେ ମାଡ଼ି ବସୁଥିବା ଦୃଶ୍ୟସମ୍ବଳିତ ଭିଡିଓ ଭାଇରାଲ୍ ହେବା ପରେ ଆମେରିକାର ଆର୍କାନ୍ସାସ୍ ପ୍ରଦେଶରେ ୩ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ରବିବାର ଦିନ ଆର୍କାନ୍ସାସ୍ର କ୍ରଫୋର୍ଡରେ ଘଟିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି, ୩ଜଣ ପୁଲିସ ଅଧିକାରୀ ସନ୍ଦିଗ୍ଧଙ୍କ ଉପରେ ଚଢ଼ି ତାଙ୍କ ମୁଣ୍ଡରେ ମୁଥା ମାରିବା ସହ ବାରମ୍ବାର ତାଙ୍କୁ ଆଣ୍ଠୁରେ ମାଡ଼ି ବସୁଛନ୍ତି। ଜଣେ ମହିଳା ଉକ୍ତ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିବା କଥା ମଧ୍ୟ ୩ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ ଆଙ୍ଗୁଠି ଦେଖାଇ କହିବା ସହ ତାହା ନ କରିବା ପାଇଁ ଉକ୍ତ ମହିଳାଙ୍କୁ ଠାରରେ କହୁଛନ୍ତି।
‘ଆସୋସିଏଟ୍ ପ୍ରେସ୍’ ରିପୋର୍ଟ ଅନୁସାରେ, ପୁଲିସ କହିଛି ଯେ, ଅଭିଯୁକ୍ତ ମଲ୍ବରିରେ ଏକ ତେଜରାତି ଷ୍ଟେର୍ କର୍ମଚାରୀଙ୍କୁ ହତ୍ୟା ଧମକ ଦେଉଥିଲେ। ପୁଲିସ ତାଙ୍କୁ ପଚାରିବାରୁ ଅଭିଯୁକ୍ତ ଜଣେ ପୁଲିସକୁ ଧକ୍କାମାରି ତଳେ ପକାଇ ଦେବା ପରେ ତାଙ୍କ ମୁଣ୍ଡ ପଛରେ ମୁଥ ମାରିଥିଲେ। ତେଣୁ, ତାଙ୍କୁ ଗିରଫ କରାଗଲା।
ଏ ସଂକ୍ରାନ୍ତରେ ଜାରି ବିବୃତିରେ କ୍ରଫୋର୍ଡ କାଉଣ୍ଟିର ସେରିଫ୍ ଜିମ୍ମି ଡାମେଣ୍ଟେ କହିଛନ୍ତି ଯେ, ଘଟଣାର ତଦନ୍ତ ଶେଷ ନ ହେବା ପର‌୍ୟ୍ୟନ୍ତ ୨ଜଣ କାଉଣ୍ଟି ଡେପୁଟିଙ୍କୁ ନିଲମ୍ବନ କରାଯାଇଛି। ନିଜ ନିଜର କାର‌୍ୟ୍ୟନିମନ୍ତେ ମୋର ସମସ୍ତ କର୍ମଚାରୀ ଉତ୍ତରଦାୟୀ ବୋଲି ମୁଁ କହି ଆସୁଛି। ଏ ଘଟଣାରେ ମଧ୍ୟ ବିହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବି।
ଏହାଛଡ଼ା, ଦୋକାନ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031