Indus Valley Times

ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା

 Breaking News

ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା

ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା
January 18
16:15 2024

ଅନୁଗୁଳ, ୧୮/୧: ନିଜ ଛୁଆଙ୍କୁ ନିଜ ହାତରେ ମାରିଲା ମାଆ। ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନ୍ତଳା ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି।
ନିଜେ ମାଆ ହିଁ ୩ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ହେଲେ ମା’ କାହିଁକି ନିଜ ଦୁଇ ପିଲାଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । କିନ୍ତୁ ଶୁଣିବାକୁ ମିଳୁଛି ଯେ ଦୁଇ ଯାଆଁଳା ସନ୍ତାନ ଥିଲେ ଟେଷ୍ଟ ଟ୍ୟୁବ୍ ବେବି। ଉଭୟଙ୍କ ଜନ୍ମ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଲାଗି ରହିଥିଲା। ମା’ ତପସ୍ୱିନୀ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।
ଦୁଇ ଯାଆଁଳା ସନ୍ତାନଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଥିଲେ। ବିବାହର ପ୍ରାୟ ୧୦ ବର୍ଷ ପରେ ଉଭୟଙ୍କ ଏପରି ଦୁଇ ସନ୍ତାନ ଜନ୍ମ ହେବା ଯୋଗୁଁ ଏହି ଦମ୍ପତିଙ୍କ ସହିତ ପରିବାର ଲୋକ ଖୁସିରେ ଥିଲେ। ପୁଅ ନାଁ ଦେଇଥିଲେ ସାଇ ଓ ଝିଅ ନାଁ ଶ୍ରଦ୍ଧା ରଖିଥିଲେ। ସୁନୀଲ ଅନୁଗୁଳର ଏକ ଶିଳ୍ପ କାରଖାନା ନିକଟରେ ଦୋକାନ କରିଥିବା ବେଳେ ଆଜି ଘରେ ନଥିଲେ। ମା’ ତପସ୍ୱିନୀ ଘରେ ଏକା ରହୁଥିଲେ।
ଆଜି ସନ୍ଧ୍ୟାରେ ତପସ୍ୱିନୀ ଦୁଇ ପୁଅ ଝିଅଙ୍କୁ ଘରେ ଶୋଇଦେଇ ନିକଟକୁ କ୍ଷୀର ଆଣିବାକୁ ଯାଇଥିଲେ। କିଛି ସମୟ ପରେ ସେ ଘରକୁ ଫେରିବା ବେଳକୁ ଘର ଭିତରେ ଲାଇଟ୍ଗୁଡ଼ିକ ବନ୍ଦ ହୋଇ ରହିଥିଲା। ଶୋଇଥିବା ସ୍ଥାନରେ ସାଇ ଓ ଶ୍ରଦ୍ଧା ନଥିବା ଦେଖି ଘରେ ଖୋଜାଖୋଜି କରିବା ସହ ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ।
ସମସ୍ତେ ବହୁ ଖୋଜାଖୋଜି ପରେ ମଧ୍ୟ ଭାଇ ଭଉଣୀଙ୍କ କୌଣସି ପତ୍ତା ପାଇ ନଥିଲେ। ପରେ ପରେ ଘର ନିକଟରେ ଥିବା ଏକ ଖୋଲା କୂଅ ଖୋଜିବା ପରେ ପାଣିରେ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଲୋକମାନେ କୂଅ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ମାତ୍ର ସେଠାରେ ଡାକ୍ତର ଦୁଇ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031