Indus Valley Times

ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ

 Breaking News

ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ

February 20
13:31 2022

ଜୟପୁର,୨୦/୨: ନଦୀକୁ ଖସିଲା ବରଯାତ୍ରୀ କାର। ବର ସମେତ ୯ ଜଣଙ୍କ ଚାଲିଗଲା ପ୍ରାଣ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର କୋଟା ଅଞ୍ଚଳରେ। ଆଜି ସାକଳୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ବରଯାତ୍ରୀ ନେଇ ଯାଉଥିବା ଏକ କାର୍ ରାଜସ୍ଥାନ କୋଟାର ନାୟାପୁରା ବ୍ରିଜରୁ ନିୟନ୍ତ୍ରଣ ହରାଇ ଚମ୍ବଲ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବର ମଧ୍ୟ ସାମିଲ ଅଛି।
ସେପଟେ ଏହି ଦୁର୍ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍ଟିକୁ ନଦୀ ଭିତରୁ ବାହାର କରିବା ପାଇଁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।
ପୁଲିସ ସୂଚନା ମୁତାବକ, ବର ପକ୍ଷ ରବିବାର ସକାଳୁ ସୱାଇ ମାଧୋପୁରରୁ ବାହାରି ଉଜ୍ଜୟନୀକୁ ବରଯାତ୍ରୀ ନେଇ ଯାଉଥିଲେ। ଏହି ସମୟରେ କୋଟାରେ ନୟାପୁରା ପୋଲ ତଳକୁ କାର୍ଟି ଭାରସାମ୍ୟ ହରାଇ ଚମ୍ବଲ ନଦୀକୁ ଖସିପଡିଥିଲା। କାର୍ରେ ଥିବା ଲୋକମାନେ ଡୋର୍ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ।
ଫଳରେ କାର୍ ଭିତରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ସେପଟେ ଏହି ଦୁର୍ଘଟଣା ଖବରକୁ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦୁଃଖ ପ୍ରକାଶ କରିଛନ୍ତି। ସବୁ ସମ୍ଭବ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି। ପ୍ରଶାସନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031