Indus Valley Times

ନୂଆଗାଁ କୃଷି ବିଭାଗ ତରଫରୁ ଚାଷୀ ଙ୍କୁ ମୁଗ ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ କରିଏକ ନିଆରା ଢ଼ଙ୍ଗରେ ପ୍ରତିବାଦ ଜଣାଇଲେ ଚାଷୀ

 Breaking News

ନୂଆଗାଁ କୃଷି ବିଭାଗ ତରଫରୁ ଚାଷୀ ଙ୍କୁ ମୁଗ ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ କରିଏକ ନିଆରା ଢ଼ଙ୍ଗରେ ପ୍ରତିବାଦ ଜଣାଇଲେ ଚାଷୀ

December 22
20:49 2022

ବିଶ୍ୱ ଭୂଷଣ ମହାମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ,୨୨/୧୨ : ନୟାଗଡ଼ ଜିଲ୍ଲା,ନୂଆଗାଁ ବ୍ଲକ କୃଷି ବିଭାଗ ରେ ବିଗତ ଦିନରେ ଚାଷୀଙ୍କୁ ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ ନେଇ ଗଣମାଧ୍ୟମ ରେ ପ୍ରସାରିତ ହୋଇଥିବା ବେଳେ ଏବେ ମୁଗ ବିହନ ବଣ୍ଟନ ରେ ପ୍ରକୃତ ଚାଷୀଙ୍କୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି।
ଚାଷୀଙ୍କୁ ମୁଗ ବିହନ ବଣ୍ଟନ ଦାୟିତ୍ୱରେ ଥିବା ନୂଆଗାଁ ବ୍ଲକ କୃଷି ବିଭାଗ କର୍ମଚାରୀ ଙ୍କ ପାତର ଅନ୍ତର କରି ପ୍ରକୃତ ଚାଷୀଙ୍କୁ ମୁଗ ବିହନ ଦିଆଯାଇନଥିବା ନେଇ ଅଭିଯୋଗ ହୋଇଛି।
ମୁଗବିହନ ପାଇବାରୁ ବଞ୍ଚିତ ହୋଇଥିବା ଚାଷୀ ନିଆରା ଢଙ୍ଗରେ ନିଜ ଘର ଆଗରେ ଲେଖୀ ନିରବରେ ଠିଆହୋଇ ପ୍ରତିବାଦ ଯଣାଇଥୀବା ଦେଖିବାକୁ ମିଳିଛି ।
ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ସିଙ୍ଗାରପଲ୍ଲୀ ପଂଚାୟତର ସୁଣ୍ଡିଝୋଲା ଗ୍ରାମର ଚାଷୀଙ୍କୁ ମାଗଣାରେ ମୁଗ ବିହନ ଯୋଗାଇ ଦିଆଯାଇଛି।
ହେଲେ ଗ୍ରାମର ପ୍ରକୃତ ଚାଷୀ ଏଥିରୁ ବଂଚିତ ହୋଇଛନ୍ତି।ଧାନ,ମୁଗ,ବିରି ପ୍ରଭୃତି ଚାଷ କରି ଆସୁଥିବା ଗ୍ରାମର ବରିଷ୍ଠ ଚାଷୀ ବିନ ଦ୍ୱାରି ଙ୍କୁ ମଧ୍ୟ ଏଥିରୁ ବଞ୍ଚିତ କରାଯାଇଛି।
ସୀଙ୍ଗାରପଲ୍ଲି ପଞ୍ଚାୟତର ସୁଣ୍ଢିଝୋଲା ଗ୍ରାମରେ ପ୍ରକୃତ ଚାଷୀ ଙ୍କୁ ଚିହ୍ନଟ ନ କରି, ଅଣଚାଷି ଙ୍କୁ ମୁଗ ବିହନ ବଣ୍ଟନ କରା ଯାଇଥିବାରୁ, ଏହାର ପ୍ରତିବାଦରେ ଗ୍ରାମର ବରିଷ୍ଠ ଚାଷୀ ବିନ ଦ୍ୱାରି ଏକ ନିଆରା ଢଙ୍ଗରେ ନିଜ ଘର ଆଗରେ ପ୍ଲାକାର୍ଡ ରେ ଲେଖି ନିରବରେ ଛିଡା ହୋଇ ଏହାର ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିବା ବେଳେ ଗ୍ରାମର ଚାଷୀ ନିତ୍ୟାନନ୍ଦ ଗୁରୁ,ଭାରତ ଦ୍ୱାରି ଓ ଆରତୀ ଦ୍ୱାରି ପ୍ରମୁଖ ଚାଷୀ ନିଜ ଦୁଆର ମୁହଁ ରେ ପ୍ଲାକାର୍ଡ ଲଗାଇ ପ୍ରତିବାଦ ଜଣାଇ ଥିବାର ଦେଖିବାକୁ ମିଳିଛି।
ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ମୁଗବିହନ ପାଇବାରୁ ବଞ୍ଚିତ ଚାଷୀ \”ବିନ ଦ୍ୱାରି\” ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିବା ସହ ଗ୍ରାମର ସରକାରୀ ମୁଗ ବିହନ ପାଇନଥିବା ପ୍ରକୃତ ଚାଷୀଙ୍କୁ ମୁଗବିହନ ଯୋଗାଇଦେବା ପାଇଁ ଦାବି କରିଛନ୍ତି।
ଏଥିନେଇ ନୂଆଗାଁ ବ୍ଲକ କୃଷି ଅଧିକାରିଣୀ ପୂଜା କହଁର ଙ୍କୁ ପଚାରିବାରୁ ଚଳିତବର୍ଷ ପ୍ରଥମ ଥର ପାଇଁ ରବି ଋତୁରେ ମୁଗଚାଷ ନିମନ୍ତେ ମୁଗ ବିହନ ର ବଣ୍ଟନ ଦାୟିତ୍ଵ ଏକ ବେସରକାରୀ ଅନୁଷ୍ଠାନ ଏମ୍.ଏ.ସ୍ଵମିନାଥନ ରିସର୍ଚ୍ଚ ଫାଉଣ୍ଡେସନ କୁ ଦିଆାଇଥିବ କଥା କହିବା ସହ, ଉକ୍ତ ଫାଉଣ୍ଡେସନ ପଞ୍ଚାୟ ପ୍ରତିନିଧି ମାନଙ୍କୁ ଧରି ତାଲିକା ପ୍ରସ୍ତୁତ କରି ଚାଷୀଙ୍କୁ ମୁଗବିହାନ ବଣ୍ଟନ କରିଥିବା କଥା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031