Indus Valley Times

ନୂଆଗାଁ: ଠିକାଦାରଙ୍କ ମାନମାନିରେ ଚାଲିଛି ରାସ୍ତା କାମ, ଗାଁ ଭିତରେ ପସି ପାରିଲାନି ଆମ୍ବୁଲାନ୍ସ

 Breaking News

ନୂଆଗାଁ: ଠିକାଦାରଙ୍କ ମାନମାନିରେ ଚାଲିଛି ରାସ୍ତା କାମ, ଗାଁ ଭିତରେ ପସି ପାରିଲାନି ଆମ୍ବୁଲାନ୍ସ

ନୂଆଗାଁ: ଠିକାଦାରଙ୍କ ମାନମାନିରେ ଚାଲିଛି ରାସ୍ତା କାମ, ଗାଁ ଭିତରେ ପସି ପାରିଲାନି ଆମ୍ବୁଲାନ୍ସ
October 02
11:57 2021

ଠିକାଦାରଙ୍କ ମାନମାନିରେ ଚାଲିଛି ରାସ୍ତା କାମ, ଡାଇଭର୍ସନ୍ ନଦେଇ ରାସ୍ତାମଝିରେ କଲଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଳି ପକାଇରଖୁଥିବାରୁ ଯାତାୟାତ ବାଧାପ୍ରାପ୍ତ,ଅଟକି ରହିଲା ଆମ୍ବୁଲାନ୍ସ ସାଧାରଣରେ ଅସନ୍ତୋଷ

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ,୨/୧୦: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କାପ୍ତାପଲ୍ଲି ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।
କାପ୍ତାପଲ୍ଲି ପଞ୍ଚାୟତର ପୋବଲା ଗ୍ରାମର ମାଗୁଣୀ ଜାନିଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାକୁ ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରି ଡ଼କାଇଥିଲେ କିନ୍ତୁ କାମ୍ପାଲା ଠାରୁ ପୋବଲା ଦେଇ ସୀଙ୍ଗାରପଲ୍ଲି ପର‌୍ୟ୍ୟନ୍ତ ନିର୍ମାଣାଧୀନ ରାସ୍ତା ମଝିରେ ଠିକାଦାର କଲଭର୍ଟ ନିର୍ମାଣ ପାଇଁ ଡାଇଭର୍ସନ୍ ନଦେଇ ରାସ୍ତାକୁ ଖୋଳି ଦେଇଥିବା ବେଳେ ଏହି ରାସ୍ତାଉପରେ ନିର୍ଭର କରୁଥିବା ଜନସାଧାରଣ ଙ୍କ ଯାତାୟତ ଓ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବାସହିତ ରୋଗୀଙ୍କୁ ଆଣିବାକୁ ଆସିଥିବା ପୋବଲା ଯାଇନପାରି ରାସ୍ତାରେ ଅଟକି ରହିଥିଲା। ଅସୁସ୍ଥ ମାଗୁଣି ଜାନିଙ୍କୁ କୌଣସି ମତେ ଗ୍ରାମ ଠାରୁ ଆମ୍ବୁଲାନ୍ସ ପର‌୍ୟ୍ୟନ୍ତ ଅଣିବାପରେ ଆମ୍ବୁଲାନ୍ସରେ ଡ଼ାକ୍ତରଖାନାକୁ ନିଆଯାଉଥିବାର ଦେଖିବାକୁ ମିଳିଥିଲା। ଯାହାଫଳରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ କାପ୍ତାପଲ୍ଲି ପଞ୍ଚାୟତର ଦେଇ ଯାଇଥିବା ବାହାଡାଝୋଲା – ନୂଆଗାଁ ପୂର୍ତରାସ୍ତା ରୁ କାମ୍ପାଲା – ପୋବଲା- ସେନ୍ତେରି ଦେଇ ସୀଙ୍ଗାରପଲ୍ଲି ଠାରେ ବାହାଡାଝୋଲା- ମହିପୁର ପୂର୍ତରାସ୍ତା କୁ ସଂଯୋଗ କରୁଥିବା ଏହି ଆର.ଡି ରାସ୍ତାର ନିର୍ମାଣ ପାଇଁ ସରକାର ୫ କୋଟି ୮୭ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ଆର.ଡି ବିଭାଗ ଦ୍ଵାରା ଏହି ରାସ୍ତାର ନିର୍ମାଣ କାମ କରାଯାଉଛି। କିନ୍ତୁ ସାଧାରଣରେ ଅଭିଯୋଗ ହେଉଛି ଯେ କୋଟି କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ରାସ୍ତାର ନିର୍ମାଣ କାର‌୍ୟ୍ୟ ହେଉଥିବା ସମୟରେ, ଏହାର ତଦାରଖ ପାଇଁ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାନ୍ତି।
ଯାହାଫଳରେ ଠିକାଦାର ନିଜ ମର୍ଜି ରେ ବିଭାଗୀୟ ନିୟମ ଅନୁଯାୟୀ କାମ ନକରି ,ନିମ୍ନମାନର କାମକରୁଥିବାରୁ ରାସ୍ତାର ସ୍ଥାୟୀତ୍ବ ନେଇ ସାଧାରଣରେ ସନ୍ଦେହ ସୃଷ୍ଠି ହେଉଛି।ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031