Indus Valley Times

ନୂଆଗାଁ ବ୍ଲକରେ ମନରେଗାରେ ମହାଦୁର୍ନୀତି: କଲେଜ ଛାତ୍ର ଙ୍କୁ ଶ୍ରମିକ ଦର୍ଶାଇ ଗିଳିଲେ ଟଙ୍କା,ନୟାଗଡ଼ରେ ସବୁଠି ଏମିତି ହଉଛି:ଜି.ଆର.ଏସ

 Breaking News

ନୂଆଗାଁ ବ୍ଲକରେ ମନରେଗାରେ ମହାଦୁର୍ନୀତି: କଲେଜ ଛାତ୍ର ଙ୍କୁ ଶ୍ରମିକ ଦର୍ଶାଇ ଗିଳିଲେ ଟଙ୍କା,ନୟାଗଡ଼ରେ ସବୁଠି ଏମିତି ହଉଛି:ଜି.ଆର.ଏସ

December 28
10:46 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ ,୨୮/୧୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ୨୨ଗୋଟି ପଞ୍ଚାୟତ ରେ ଅଗ୍ରାଧିକାର ଭିତିରେ ମନରେଗା କାର୍ଯ୍ୟ କରାଯାଉଛି । ତେବେ କେଉଁଠି ପୋଖରୀ ଖୋଳାଯାଉଛି ତ କେଉଁଠି ରାସ୍ତା ହେଉଛି, ବୃକ୍ଷରୋପଣ, ପାଚେରୀ, ପାଇଖାନା ଇତ୍ୟାଦି କାର‌୍ୟ୍ୟ କରାଯାଉଛି ।
ହେଲେ ପ୍ରାୟ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି ଜ୍ଝଗରିବ ଲୋକଙ୍କୁ କାର୍ଯ୍ୟ ଯୋଗେଇ ଦେବା ଲକ୍ଷ୍ୟ ରେ ରାଜ୍ୟ ସରକାର ଅଣ୍ଟା ଭିଡୁଥିବା ବେଳେ କିଛି ତଳିଆ କର୍ମଚାରି ମାନେ ଏହାର ଫାଇଦା ଉଠାଇ ଜେସିବି, ଟ୍ରାକଟର ବ୍ୟବହାର କରୁଛନ୍ତି ।
ସେହିପରି ବାଲି ସିମେଣ୍ଟ କାର୍ଯ୍ୟରେ ୫ଜଣ କାର୍ଯ୍ୟ କରୁଥିଲେ ୫୦ ଜଣ ଙ୍କ ଉପସ୍ଥିତି ଦର୍ଶାଯାଉଛି ଫଳରେ ବାଧ୍ୟ୍ୟ ହୋଇ ଶ୍ରମିକ ମାନେ ଦାଦନ ମୁଁହା ହେଉଛନ୍ତି । ଏଥି ସହିତ ଗୁମର ଖୋଲିଯିବା ଭୟରେ ୱେବସାଇଟ ରେ ଅପଲୋଡ଼ ହୋଇଥିବା ଶ୍ରମିକ ମାନଙ୍କ ଚେହେରା ସ୍ପଷ୍ଟ ହେଉନାହିଁ । ଏଭଳିକି କିଛି ସ୍ଥାନ ରେ କଲେଜ ର ମେଧାବୀ ଛାତ୍ର ଙ୍କୁ ଶ୍ରମିକ ଦର୍ଶାଇ ମଜୁରୀ ଦିଆଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ ନୂଆଗାଁ ବ୍ଲକ ମାଳିସାହି ଗ୍ରାମ ପଞ୍ଚାୟତ ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ପାଇଖାନା ନିର୍ମାଣ ପାଇଁ ୧୦ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଆସିଛି ଏବଂ ଏହି କାର‌୍ୟ୍ୟ କିଛି ଦିନ ହେବ ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୭୪ ହଜାର ଟଙ୍କା ବିଲ ହୋଇସାରିଲାଣି ।
ତେବେ ୧୮ ଜଣ ଶ୍ରମିକ ଙ୍କ ର ଏହି କାର୍ଯ୍ୟ ପାଇଁ ମଷ୍ଟର ରୋଲ ବାହାରିଥିଲା ଜ୍ଝ ହେଲେ ଦୁର୍ନୀତି ର ଘୋଟଲା ଏତେ ବଢିଯାଇଥିଲା ଯେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଯୁକ୍ତ ୩ ର ପ୍ରଥମ ବର୍ଷ ର ମେଧାବୀ ଛାତ୍ର ଦେଉଳି ଗ୍ରାମ ର ରାଜା ସାହୁ ନାମକ ଜଣେ କଲେଜ ଛାତ୍ର ଙ୍କ ର ନାମ ଥିବା ଜଣାପଡିଛି ।
ମୋଟା ମୋଟୀ ଭାବରେ କହିବାକୁ ଗଲେ ଠିକାଦାର କିଛି ତଳିଆ କର୍ମଚାରୀ ମାନଙ୍କୁ ହାତ ଗୁଞ୍ଜା ଦେଇ କରି ନିଜକୁ ସୁହାଇଲା ଭଳି ଜଣେ ମେଧାବୀ ଛାତ୍ର ଙ୍କୁ ଶ୍ରମିକ ଦର୍ଶାଇ ତାଙ୍କ ଖାତା କୁ ମଜୁରୀ ଟଙ୍କା ଛାଡ଼ିଥିବା ଜଣାପଡିଛି ।
ଏ ନେଇ ମାଳିସାହି ପଞ୍ଚାୟତ ର ଜିଆରଏସ ପ୍ରଦୀପ୍ତ କୁମାର ସାହୁ ଙ୍କୁ ପଚାରିବାରୁ ସେ ଜାଣିଥିବା କହିଛନ୍ତି ଏପରିକି ନୟାଗଡ଼ ରେ ସବୁଠି ଏଭଳି ଦୁର୍ନୀତି ହେଉଛି ବୋଲି କହି ଗଣମାଧ୍ୟମ କୁ ଗରମ ଦେଖାଇଥିଲେ ଏପରିକି ନିଜର ହିତାହିତ ଜ୍ଞାନ ଭୁଲି ଯାଇ ଗଣମାଧ୍ୟମ କୁ ଓଲଟା ପ୍ରଶ୍ନ କରିଥିଲେ ମନରେଗା କାର୍ଯ୍ୟ କେଉଁଠି ଶ୍ରମିକ ମାନେ କାର୍ଯ୍ୟ କରୁଛନ୍ତି ?
ସୂଚନା ଥାଉକି ପୂର୍ବରୁ ମନରେଗା କାର୍ଯ୍ୟ ପାଇଁ ଜବକାର୍ଡ ରେ ଅନିୟମିତତା ହୋଇଥିବା ଅଭିଯୋଗ ରେ ଜଣେ ଜିଆରଏସ ନିଲମ୍ବିତ ହୋଇଥିବା ବେଳେ ପୁନର୍ବାର ପୁଣି ମାଳିସାହି ପଞ୍ଚାୟତ ମନରେଗା କାର୍ଯ୍ୟରେ ମହାଘୋଟାଲ ଦେଖିବାକୁ ମିଳୁଥିବା ବେଳେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଗରମ ଖାଉଥିବା ଜିଆରଏସ ଙ୍କ ଉପରେ କଣ କାର‌୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031