Indus Valley Times

ନୂଆଗାଁ ବ୍ଲକ୍ ରେ ଇନ୍ଦିରା ଆବାସ ଯୋଜନା କାହା ପାଇଁ?

 Breaking News

ନୂଆଗାଁ ବ୍ଲକ୍ ରେ ଇନ୍ଦିରା ଆବାସ ଯୋଜନା କାହା ପାଇଁ?

December 05
21:06 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୫/୧୨: ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ କନ୍ଧ ଖାଲ ମଡ଼ା ଗ୍ରାମରେ ବାସ କରୁଥିବା ମନୁ ଜାନୀଙ୍କ ଠାରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ମନୁ ଜାନୀ ଦିନ ମଜୁରିଆ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସ୍ତ୍ରୀ ଏବଂ ତିନୋଟି ଝିଅ ସହ ନିଜ ପରିବାର ପୋଷଣ କରିଥାନ୍ତି। ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଯୋଗୁଁ ପରିବାର ପୋଷଣ କରିବା ମନୁ ଜାନୀଙ୍କ ପକ୍ଷେ କଷ୍ଟକର ହୋଇଥାଏ । ଏଭଳି ଆର୍ଥିକ ସ୍ଥିତି ସହ ଦୁଃଖ କଷ୍ଟରେ ଚାଳ ଘରେ ରହି ଦିନରେ ସୂର‌୍ୟ୍ୟ ଓ ରାତିରେ ଚନ୍ଦ୍ର ଦେଖନ୍ତି। ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି। କିନ୍ତୁ ପରିତାପର ବିଷୟ ଏତେ ଦୁଃଖ କଷ୍ଟରେ ଚାଳ ଛପର ଘରେ ଜୀବନ ବିତାଉଥିବା ମନୁ ଜାନୀ ଙ୍କ ପାଇଁ ଇନ୍ଦିରା ଆବାସ ପାଇବା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି। ଥିଲା ବାଲା ଙ୍କୁ ଘର ନଥିଲା ବାଲା ଙ୍କୁ ନାହିଁ ରେ ନୂଆଗାଁ ବ୍ଲକ୍ ରେ ଇନ୍ଦିରା ଆବାସ ବଣ୍ଟନ ଚାଲିଛି।ମନୁ ଜାନୀ ଙ୍କ ଦୁଃଖ ବୁଝିବାକୁ କେହି ନାହାଁନ୍ତି।କେବଳ ମନୁ ଜାନୀ ନୁହନ୍ତି ବିଭିନ୍ନ ପଞ୍ଚାୟତ ରେ ଏଭଳି ମନୁ ଜାନୀ ଙ୍କ ଭଳି ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି।ଯାହାପଖରେ ଅଛି ଅର୍ଥ ,ଯିଏ ଦେଇପାରୁଛି ଅର୍ଥ ସେ ଇନ୍ଦିରା ଆବାସ ପାଉଥିବା ନୂଆଗାଁ ବ୍ଲକ୍ କୋଣ ଅନୁକୋଣରେ ଚର୍ଚ୍ଚା ଚାଲିଛି। ଏଭଳି ହୀନ କାର‌୍ୟ୍ୟରେ ଲିପ୍ତ ଥିବା ଅଧିକାରୀଙ୍କ ଯୋଗୁଁ ରାଜ୍ୟ ସରକାରଙ୍କ ଯୋଜନା ବାଟ ବଣା ହେବାରେ ଲାଗିଛି।ବିଭିନ୍ନ ପଞ୍ଚାୟତ ରେ ଇନ୍ଦିରା ଆବାସ ଦୁର୍ନୀତି ର ଗୁମର ଖୋଲିବା ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ହିତାଧିକାରୀ ଉପକୃତ ହେବା ସହ ଇନ୍ଦିରା ଆବାସ ଦୁର୍ନୀତି ଆଗାମୀ ଦିନରେ ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ଏହି ସବୁ ସମସ୍ୟା ପ୍ରତି ରାଜ୍ୟ ସରକାର ,ବିଭାଗୀୟ ମନ୍ତ୍ରୀ,ସ୍ଵତନ୍ତ୍ର ଦୃଷ୍ଟି ଦେଇ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବୀ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031