Indus Valley Times

ନୂଆଗାଁ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

 Breaking News

ନୂଆଗାଁ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

July 05
20:40 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୭:ବହୁତ ଦିନ ବ୍ୟବଧାନ ପରେ ନୂଆଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ମାସିକ ବୈଠକ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ନୂଆଗାଁ +୩ ଡିଗ୍ରୀ କଲେଜ ନିକଟରେ ପେସ୍ତା, ଜାମୁ ଏବଂ ପଣସ ଭଳି ୫୦ ଗୋଟି ମୂଲ୍ୟବାନ ଗଛ ଲଗାଯାଇଥିଲା। ପରବର୍ତୀ ସମୟରେ ଉଚ୍ଚ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସାହିତ୍ୟ ଘରର ମାସିକ ଆସର ଅନୁଷ୍ଠିତ ହୋଇଥିଲା। ସମ୍ବାଦ ସାହିତ୍ୟ ଘରର ଏଭଳି ଅଭିନବ ପ୍ରୟାସକୁ ଉପସ୍ଥିତ ସ୍ଥାନୀୟ ବୁଦ୍ଧିଜୀବି ମାନେ ସ୍ବାଗତ କରିବା ସହ ସାଧୁବାଦ ଜଣାଇଥିଲେ। ଆଜିର ଏହି ବୈଠକରେ ନୂଆଗାଁ ସମ୍ବାଦ ସାହିତ୍ୟ ଘରର ନୂତନ କର୍ମକର୍ତା ଚୟନ କରାଯାଇଥିଲା। ବିଶିଷ୍ଠ ସାହିତ୍ୟିକ, ନାଟ୍ୟକାର ଏବଂ ସଙ୍ଗୀତଜ୍ଞ ମଦନ ମୋହନ ପ୍ରଧାନଙ୍କୁ ସଭାପତି, ଗୋଲଖ ବିହାରୀ ଗୋଚ୍ଛାୟତ ଉପସଭାପତି, ରମେଶ ଚନ୍ଦ୍ର ପ୍ରଧାନ ସମ୍ପାଦକ, ଚିନ୍ମୟ କୁମାର ପ୍ରଧାନ ସହ ସମ୍ପାଦକ, ଧୀରେନ୍ଦ୍ର କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେହିଭଳି ଗଜେନ୍ଦ୍ରନାଥ ପ୍ରଧାନ, ସନ୍ତୋଷ କୁମାର ସାହୁ, ଭଜମନ ପରିଡା, ଗଜେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଉପଦେଷ୍ଟା ଦାୟିତ୍ବ ପ୍ରଦାନ କରିବା ସହ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ରହି ନୂତନ କମିଟିକୁ ସ୍ବାଗତ କରିଥିଲେ। ତତସହିତ ଏହି ବୈଠକରେ ମହିତମା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ସୁଧାକର ସାହୁ, ବିନାୟକ ଜେନା, ବିଜୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ ଏବଂ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବାଦ ସାହିତ୍ୟ ଘର ଦ୍ବାରା ଆୟୋଜିତ ହୋଇଥିବା ବୃକ୍ଷରୋପଣ କାର‌୍ୟ୍ୟକ୍ରମକୁ ସହଯୋଗ କରିଥିଲେ। ସମ୍ବାଦ ସାହିତ୍ୟ ଘର ତରଫରୁ ଉପସ୍ଥିତ ବନ ବିଭାଗ କର୍ମଚାରୀ ଏବଂ ନୂତନ ଭାବେ ଚୟନ ହୋଇଥିବା ସମ୍ବାଦ ସାହିତ୍ୟ ଘରର କର୍ମକର୍ତାଙ୍କୁ ସ୍ଥାନୀୟ ସରପଂଚ ଗଜେନ୍ଦ୍ରନାଥ ପ୍ରଧାନ ଉତୋରୀୟ ଦେଇ ସମ୍ମାନୀତ କରିଥିଲେ। ଆଜିର ଏହି ବୈଠକକୁ ସମ୍ବାଦ ସାହିତ୍ୟ ଘର ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ବିଶ୍ବଜିତ ଖଣ୍ତୁଆଳ ସଂଯୋଜନା କରିଥିବା ବେଳେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031